Bikash Khabar
ପ୍ରାକୃତିକ ବିପର୍ଯ୍ୟୟରେ ୩ ବର୍ଷରେ ଯାଇଛି ୬ ହଜାରରୁ ଅଧିକ ଜୀବନ,ସର୍ପାଘାତ ରେ ମରିଛନ୍ତି ସର୍ବାଧିକ

ଗତ ୨୦୧୬-୧୭ ରୁ ୨୦୧୯-୨୦ ଜୁନ ୨୫ ସୁଦ୍ଧା ତିନି ବର୍ଷ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟରେ ୬୨୨୮ ଜଣ ମୃତ୍ୟୁ ବରଣ କରିଛନ୍ତି ତେବେ ସର୍ବାଧିକ ଲୋକଙ୍କ ମୃତ୍ୟୁ ସର୍ପାଘାତ ରେ ହୋଇଛି ସାପ କାମୁଡ଼ାରେ ସୂଚିତ ସମୟ ମଧ୍ୟରେ ୨୨୧୭ ଜଣକ ଜୀବନ ଯାଇଛି ପାଣିରେ ବୁଡି ୧୨୫୯ ଜଣ ଜୀବନ ହରାଇଥିବା ବେଳେ ବଜ୍ରପାତ ,ଅଂଶୁଘାତ ଆଦିରେ ବି ପ୍ରତିବର୍ଷ ମୃତ୍ୟୁ ସଂଖ୍ୟା ବଢୁଛି ବଜ୍ରପାତ,ଅଗ୍ନିକାଣ୍ଡ,ସର୍ପାଘାତ,ବାତ୍ୟା,ଡଂଗାବୁଡି,ଆଦି ପ୍ରାକୃତିକ ବିପର୍ଯ୍ୟୟ ଗୁଡିକରେ ୨୦୧୬-୧୭ ବର୍ଷରେ ୧୬୩୫ ଜଣ ମୃତ୍ୟୁ ବରଣକରିଥିବା ବେଳେ ୨୦୧୭-୧୮ ବର୍ଷରେ ୨୨୩୦ ଜଣକ ଜୀବନ ଯାଇଥିଲା ସେହିପରି ୨୦୧୮-୧୯ ରେ ୨୧୭୨ ୨୦୧୯ ଜୁନ ୨୫ ତାରିଖ ସୁଦ୍ଧା ୧୯୧ ଜଣକ ଜୀବନ ଯାଇଛି ବିଧାୟକ ଅଙ୍ଗଦ କହଁର ଙ୍କ ପ୍ରଶ୍ନର ଉତ୍ତର ଦେଇ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଏହି ସୂଚନା ଦେଇଛନ୍ତି ଅଂଶୁଘାତ ଜନିତ ମୃତ୍ୟୁ କ୍ଷେତ୍ରରେ ସରକାର ୫୦ ହଜାର ଟଙ୍କାର ଆର୍ଥିକ ଅନୁକମ୍ପା ରାଶି ଯୋଗାଇ ଦେଉଥିବା ବେଳେ ଅନ୍ୟ ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ଜନିତ ମୃତ୍ୟୁ ଘଟଣାରେ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯାଉଛି

28/06/2019

Leave a Reply

Your email address will not be published. Required fields are marked *

Comments