Bikash Khabar
ଶତାଧିକ ଭାଷା,ଲକ୍ଷାଧିକ ଜୈବ ପ୍ରଜାତି,ଏବଂ ପଶୁପକ୍ଷୀ ବିଲୁପ୍ତର ଦ୍ୱାରଦେଶରେ

ବିଗତ ତିନିବର୍ଷ ଧରି  ୧୫ ହଜାର ବୈଜ୍ଞାନିକ ସାମୁହିକ ଭାବେ ଗବେଷଣା କରି ଜାଣିବାକୁ ପାଇଛନ୍ତି ଯେ ସାରା ବିଶ୍ୱରୁ ପ୍ରାୟ ୧୦ ଲକ୍ଷ ଜୈବ ପ୍ରଜାତି ବିଲୁପ୍ତ ହୋଇସାରିଛନ୍ତି ଏହା ସହିତ ବିଗତ ଦଶନ୍ଧି ମଧ୍ୟରେ ଭାରତ ନିଜର ୨୨୦ ପ୍ରକାର ଭାଷା କୁ ହରାଇବସିଛି ମାତୃଭାଷାର ମୃତ୍ୟୁ ପାଇଁ ବିଶ୍ୱିକରଣ କୁ ପ୍ରଥମ ପ୍ରମୁଖ କାରଣ ବୋଲି କୁହାଯାଉଛି

ଲୋକେ ଯେଉଁଠିକୁ ଯାଉଛନ୍ତି ସେଠାର ଭାଷା ଶିଖୁଛନ୍ତି କହୁଛନ୍ତି ଗବେଷଣାରୁ ଜଣାପଡିଛି ଯେ ଆମ ଦେଶରେ କୁହାଯାଉଥିବା ମୋଟ ୧୧୦୦ ପ୍ରକାର ଭାଷାରୁ ୮୫୦ ପ୍ରକାର ଭାଷା ବଞ୍ଚିରହିଛି ଶତାଧିକ ଭାଷା ନିଖୋଜ ୧୯୬୨ ରେ ଆମଦେଶରେ ୧୧୦୦ ପ୍ରକାର ଭାଷାରେ କଥାବାର୍ତ୍ତା ହେଉଥିବା ବେଳେ ଏବେ ଏହି ସଂଖ୍ୟା ୮୫୦ କୁ ଖସି ଆସିଛି ଯୁଏନ ଏକ ରିପୋର୍ଟ ଅନୁଯାୟୀ ବିଶ୍ୱର ଆର୍ଥିକ ପ୍ରଣାଳୀ ରେ ବ୍ୟାପକ ପରିବର୍ତ୍ତନ ଘଟିଛି ପରିଵେଶୀୟ ସନ୍ତୁଳନ ବିଗିଡିଛି ଲୋକେ ବ୍ୟାପକ ଭାବେ ସ୍ଥାନାନ୍ତରି ହୋଇଛନ୍ତି ଖଣି ଅନ୍ୟାନ ଶିଳ୍ପ ପ୍ରତିଷ୍ଠା କାରଣରୁ ଜୀବସତ୍ତା ଉପରେ ତାର ନକାରାତ୍ମକ ପ୍ରଭାବ ପଡିଛି ବିଶ୍ୱରେ ମିଲିୟନ ବୃକ୍ଷଲତା,କୀଟ ପତଂଗ , ସରୀସୃପ ବିଦାୟ ନେଇଛନ୍ତି ମାନବ ସମାଜ ପାଇଁ ଏହା ଅପୂରଣୀୟ କ୍ଷତି

11/05/2019

Leave a Reply

Your email address will not be published. Required fields are marked *

Comments