Bikash Khabar
ବିବାହର ୧୮ ବର୍ଷ ପରେ ପୁଅ ସହ ପରୀକ୍ଷାଦେଇ ମା ହେଲେ ମାଟ୍ରିକ ପାସ

ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ତରଲାକୋଟ ପଂଚାୟତ ସି କଲୋନୀ ରେ ବିଗତ ଦୁଇ ତିନିଦିନ ହେଲା ଖେଳିଯାଇଛି ଆନନ୍ଦ ଏହି କଲୋନୀ ବାସିନ୍ଦା ବାସନ୍ତୀ ମୁଦୁଲି ନିଜ ପୁଅ ଶିବାନନ୍ଦ ସହିତ ମାଟ୍ରିକ ପରୀକ୍ଷା ଦେଇ ସଫଳତା ପାଇଥିବା ନେଇ ଏବେ ବି ଗାଁରେ ଚର୍ଚ୍ଚା ଲାଗିରହିଛି ତରଲାକୋଟ  ଗାଁର ବାସନ୍ତୀ ମୁଦୁଲି ବିବାହ ୧୮ ବର୍ଷପରେ ଚଳିତ ବର୍ଷ ନିଜ ପୁଅ ସହିତ ମାଟ୍ରିକ ପରୀକ୍ଷା ଦେଇଥିଲେ ଅଙ୍ଗନବାଡି ବୃତ୍ତିରେ ନିୟୋଜିତ ବାସନ୍ତୀ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ପରୀକ୍ଷା ଦେଇ ୨୦୩ ମାର୍କ ରଖିବାରେ ସମର୍ଥ ହୋଇଛନ୍ତି ତାଙ୍କୁ ଦି ଗ୍ରେଡ଼ ମିଳିଛି ଅପର ପଟରେ ବାସନ୍ତୀଙ୍କ ପୁଅ ଶିବାନନ୍ଦ ସ୍ଥାନୀୟ ତରଲାକୋଟ ସରକାରୀ ସ୍କୁଲ ରେ ନିୟମିତ ଛାତ୍ର ଭାବେ ପରୀକ୍ଷାଦେଇ ୩୪୦ ମାର୍କ ସହିତ ସି ଗ୍ରେଡ଼ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ମା ପୁଅଙ୍କ ଏଭଳି ଏକାଠି ସଫଳତା ଗ୍ରାମବାସୀଙ୍କୁ ଖୁସି ଆଣିଦେଇଛି

26/05/2019

Leave a Reply

Your email address will not be published. Required fields are marked *

Comments