Bikash Khabar
ଇମ୍ଫାଲରେ ଚାଲିଛି ପାଞ୍ଚ ଶହ ବର୍ଷ ତଳର ପୁରୁଣା ମହିଳା ବଜାର

ମଣିପୁର ରାଜଧାନୀ ଇମ୍ଫାଲ ରେ ରହିଛି ମହିଳାଙ୍କ ଦ୍ୱାରା ପରିଚାଳିତ ଏକ ନିଆରା ବଜାର ଏହି ବଜାର ସମସ୍ତ ବ୍ୟବସାୟୀ ହେଉଛନ୍ତି ମହିଳା ଏହା ମାଙ୍କ  ବଜାର ବା ମଦର୍ସ ମାର୍କେଟ ଭାବେ ପରିଚିତ,ଏବଂ ଏସିଆ ସବୁଠାରୁ ବଡ଼ ମହିଳା ମାର୍କେଟ।ଏହି ମାର୍କେଟ ପ୍ରାୟ ପାଞ୍ଚଶହ ବର୍ଷତଳୁ ମହିଳା ମାନଙ୍କ ଦ୍ୱାରା ପରିଚାଳିତ ହୋଇ ଏକ ନୁଆଁ ଧାରା ସୃଷ୍ଟିକରିଛି ସକାଳ ସାଢେ ପାଞ୍ଚଟା ଠାରୁ ଖୋଲୁଥିବା ଏହି ବଜାର ରେ ପୃଥକ ପୃଥକ ଭାବେ ପନିପରିବା,ଫଳମୂଳ,ଲୁଗା ପୋଷାକ ପରିଚ୍ଛଦ ,ମାଛ,ମାଂସ,ଗୃହପକରଣ ସାମଗ୍ରୀ ମାନ ରାତି ୮ଟା ଯାଏଁ ବିକ୍ରିବଟା  ହୋଇଥାଏ ଏହି ବଜାର ରେ କେବେ ହିଂସା ରକ୍ତପାତ ଘଟିନାହିଁ।କେବେ କେମିତି ଛୋଟବଡ଼ ଚୋରି ହୋଇଛି ମୋଟା ମୋଟୀ ଭାବେ କହିବାକୁ ଗଲେ ଏହି ମହିଳା ବଜାର ରେ ଶାନ୍ତି ବିରାଜମାନ କରୁଥିବାରୁ ମହିଳା,କିଶୋର ଯୁବବର୍ଗ ଉପଭୋକ୍ତାମାନଙ୍କ ଭିଡ଼ ଏଠାରେ ଦେଖିବାକୁ ମିଳେ।

ମଣିପୁର ପ୍ରଥା ଅନୁସାରେ ମୈତି ସମ୍ପ୍ରଦାୟର ପୁରୁଷ ମାନେ ଏକଦା ରାଜ ପରିବାର ରେ ଦିନରାତି ଖଟୁଥିଲେ।କାମ ପାଇଁ ସେମାନଙ୍କୁ ରାଜପ୍ରାସାଦରେ ରହିବାକୁ ପଡୁଥିଲା ଫଳରେ ପୁରୁଷ ମାନେ ଘରକାମ କରିପାରୁନଥିଲେ ବହୁ ଅତୀତରୁ ମହିଳାମାନେ ଘର ବାହାର କମ କାମ କରି ପରିବାର ଚଳାଇ ଆସିଛନ୍ତି ପିଢ଼ି ପରେ ପିଢ଼ି ସେମାନେ ବ୍ୟବସାୟ ପରିଚାଳନାକୁ ନୁଆଁ ଜୀବନ ଦେଇଛନ୍ତି   

31/05/2019

Leave a Reply

Your email address will not be published. Required fields are marked *

Comments