Bikash Khabar
ଓକାକ୍ ଟାୱାରରୁ ଚାଲିବ ‘ମୋ ସରକାର’ ଅଫିସ୍

ଅକ୍ଟୋବର୨ତାରିଖ,ଗାନ୍ଧି ଜୟନ୍ତୀରୁ ରାଜ୍ୟରେ ମୋ ସରକାରକାର୍ଯ୍ୟକ୍ରମ ଆରମ୍ଭ ହେବ ଏହି ଦିନ ଫାଇଭ୍-ଟି ଅନ୍ତର୍ଗତ ମୋ ସରକାରକାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ମୋ ସରକାରକାର୍ଯ୍ୟକ୍ରମର ପୂର୍ଣ୍ଣାଙ୍ଗ ଅଫିସ୍ ଓକାକ୍ ଟାୱାରରେ ହେବ। ପ୍ରଥମ ପର୍ଯ୍ୟାୟରେ ମୋ ସରକାରକାର୍ଯ୍ୟକ୍ରମରେ ଥାନା ଡାକ୍ତରଖାନାକୁ ସାମିଲ କରାଯାଇ ଥିବାବେଳେ ଏହାର କଣ୍ଟ୍ରୋଲରୁମ୍ ଓକାକ୍ ଟାୱାରରେ ରହିବ। ଟେକ୍ନୋଲୋଜି ମାଧ୍ୟମରେ ମୋ ସରକାରକାର୍ଯ୍ୟକ୍ରମ ପରିଚାଳିତ ହେବାର ଥିବାବେଳେ ରାଜ୍ୟ ସରକାରଙ୍କ ଆଇଟି ବିଭାଗର ଉପଦେଷ୍ଟା ଅନୁଭବ ପଟ୍ଟନାୟକ ଏହାର ତଦାରଖ ଦାୟିତ୍ୱରେ ରହିବେ ବୋଲି ସୂଚନା ମିଳିଛି ଶ୍ରୀ ପଟ୍ଟନାୟକ ଓକାକ୍ ଟାୱାରରେ ନିଜର ଅଫିସ୍ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତା ଗାନ୍ଧି ଜୟନ୍ତୀରେ ଓକାକ୍ ଟାୱାର ଯାଇ ସେଠାରୁ ମୋ ସରକାରଅଫିସକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

17/09/2019

Leave a Reply

Your email address will not be published. Required fields are marked *

Comments