Bikash Khabar
ଓଡ଼ିଶାରେ ଖୋଲିବ ମାଇଁ ହୋମ ଇଣ୍ଡିଆ ର ଶାଖା,ସମାଜ କଲ୍ୟାଣ ହେଉଛି ମୁଖ୍ୟ ଆଭିମୁଖ୍ୟ

'ମାଇଁ ହୋମ ଇଣ୍ଡିଆ' ଶାଖା ଓଡ଼ିଶାରେ ଖୋଲିବ ଏଥିପାଇଁ ନିର୍ମୟ ସିହ୍ନାଙ୍କୁ ଦାୟିତ୍ୱ ଦିଆଯାଇଛି। ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁନୀଲ ଦେଓଧରଙ୍କ ଦ୍ୱାରା ସ୍ଥାପିତ ମାଇଁ ହୋମ ଇଣ୍ଡିଆ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟ ପରିଚାଳନା କରୁଛି। ସ୍ୱାସ୍ଥ୍ୟ ସେବା ସୁବିଧା ସହିତ ଯୁବକ ମାନଙ୍କୁ ମାର୍ଗ ଦର୍ଶନ ଏବଂ ସେମାନଙ୍କର ସାମଗ୍ରିକ ବିକାଶ ପ୍ରତି ବ୍ରତୀ ହୋଇ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣକୁ ସୁନିଶ୍ଚିତ କରି ଦେଶ ନିର୍ମାଣ ଏବଂ ଜାତୀୟ ଏକତାକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛି। ନିଖୋଜ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କୁ ଅଭିଭାବକଙ୍କ ନିକଟରେ ପହଞ୍ଚାଇବା, ଚାକିରୀ ଏବଂ ଅଧ୍ୟୟନ ସକାଶେ ନୂଆ ଜାଗାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ରହିବା ତଥା ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବା ଭଳି ବିଭିନ୍ନ କାର୍ଯ୍ୟ ପରିଚାଳନା କରୁଛି। ସମଗ୍ର ପୂର୍ବାଞ୍ଚଳରେ ବିଶେଷ କରି ଉତ୍ତର-ପୂର୍ବାଞ୍ଚଳରେ ଖୁବ୍ ସକ୍ରିୟ ଏହି ସଂଗଠନ ଦିଲ୍ଲୀ, ମୁମ୍ବାଇ, ପୁନା, ବାଙ୍ଗାଲୁରୁ, ଲକ୍ଷ୍ନୌ, ବାରଣାସୀ ଏବଂ ଚଣ୍ଡୀଗଡ଼ରେ ୨୪ ଘଣ୍ଟା କାର୍ଯ୍ୟ କରୁଥିବା ହେଲ୍ପଲାଇନ କାର୍ଯ୍ୟାଳୟ ଖୋଲିଛି। ଏହାର ଅନେକ ଫୁଲଟାଇମ କାର୍ଯ୍ୟକର୍ତ୍ତା ମଧ୍ୟ ଅଛନ୍ତି। ସୁନୀଲ ଦେଓଧର ଭାରତୀୟ ଜନତା ପାର୍ଟିର ଜଣେ ଅଗ୍ରଣୀ ନେତା ହୋଇଥିବା ସହିତ ତ୍ରିପୁରାରେ ଦଳକୁ ଅତ୍ୟଧିକ ସଫଳ କରାଇବାର ଶ୍ରେୟ ତାଙ୍କ ନାମରେ ରହିଛି। ସେ ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ଅଧିକାରୀ ଥିଲେ। ଗତ ଅଗଷ୍ଟ ୧୫ ତାରିଖରେ ମାଇଁ ହୋମ ଇଣ୍ଡିଆ ଦ୍ୱାରା ପରିଚାଳିତ ଏକ ସ୍ୱାସ୍ଥ୍ୟସେବା ସଦନର ଉଦ୍ ଘାଟନ ଗୌହାଟୀରେ କରାଯାଇଛି। ପୂର୍ବତନ ସାଂସଦ ରମେଣ୍ଡ ଡେକା ଏହାର ଉଦ୍ ଘାଟନ କରିଛନ୍ତି। ଖୁବ୍ ଶୀଘ୍ର ଓଡ଼ିଶାରେ ମାଇଁ ହୋମ ଇଣ୍ଡିଆର ଶାଖା ଖୋଲିବା ପାଇଁ ସ୍ଥିର ହୋଇଛି। ପ୍ରଥମେ ସମ୍ବଲପୁର ଏବଂ ଭୁବନେଶ୍ୱରରେ ଶାଖା ଖୋଲାଯିବା ପାଇଁ ପଦକ୍ଷେପ ନିଆଯିବ।

19/08/2019

Leave a Reply

Your email address will not be published. Required fields are marked *

Comments