Bikash Khabar
ନାବାର୍ଡ ଦେଲା ୧୨,୭୬୭ କୋଟି ଟଙ୍କା

ଜାତୀୟ କୃଷି ଗ୍ରାମ୍ୟ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ମଙ୍ଗଳବାର ଦିନ ବିଭିନ୍ନ ରାଜ୍ୟର ସମବାୟ ବ୍ୟାଙ୍କସମୂହ ଏବଂ ଆଞ୍ଚଳିକ ଗ୍ରାମ୍ୟବ୍ୟାଙ୍କଗୁଡିକୁ ୧୨,୭୬୭ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ଉକ୍ତ ଅର୍ଥ କୃଷକମାନଙ୍କୁ ଋଣ ଆକାରରେ ଯୋଗାଇ ଦିଆଯିବ। ନାବାର୍ଡ ପକ୍ଷରୁ ଏହା ପୁନଃ ପାଣ୍ଠିଯୋଗାଣ ଯୋଜନାରେ ନିଜସ୍ୱ ସମ୍ବଳରୁ ବର୍ଷକ ପଇଁ .% ସୁଧହାରରେ ଯୋଗାଇ ଦିଆଯାଇଛି। ଗତ ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନାବାର୍ଡକୁ ୨୫ହଜାର କୋଟି ଟଙ୍କା ଯୋଗାଇ ଦେବାକୁ ଘୋଷଣା କରାଯାଇଥିଲା। ଆଞ୍ଚଳିକ ଗ୍ରାମବ୍ୟାଙ୍କ, ସମବାୟ ବ୍ୟାଙ୍କ ମାଇକ୍ରୋ ଫାଇନାନ୍ସ ସଂସ୍ଥାଗୁଡିକୁ ପୁନଃ ପାଣ୍ଠିଯୋଗାଣ ଉଦ୍ଦେଶ୍ୟରେ ଏହି ଅର୍ଥ ପ୍ରଦାନ କରାଯିବ ବୋଲି ଆରବିଆଇ କହିଥିଲା। ଏପର୍ୟ୍ୟନ୍ତ ନାବାର୍ଡ ସହାୟତା ପାଇଥିବା ୧୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି।

06/05/2020

Leave a Reply

Your email address will not be published. Required fields are marked *

Comments