Bikash Khabar
ଶ୍ରୀମନ୍ଦିର ରେ ନାଗାର୍ଜୁନ ବେଶ ପାଇଁ ଚାଲିଛି ପ୍ରସ୍ତୁତି

ଦୀର୍ଘ ୨୬ ବର୍ଷ ପରେ ପଡୁଥିବ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ସଜବାଜ ଆରମ୍ଭ ହୋଇଛି। ଏଥର ବେଶ ଦର୍ଶନରୁ ଭକ୍ତ ବଞ୍ଚିତ ରହିବେ। ମାତ୍ର ମହାପ୍ରଭୁଙ୍କ ବେଶ ଯଥା ରୀତି ହେବ। ଆସନ୍ତା ୨୭ ତାରିଖ ଦିନ ଏହି ବେଶ ହେବ। ଏଥିପାଇଁ ବେଶ ଦାତା, ସେବକ ବଳରାମ ଖୁଣ୍ଟିଆଙ୍କ ଘରେ ସମ୍ପୂର୍ଣ୍ଣ ବ୍ୟବସ୍ଥା ମଧ୍ୟରେ ବେଶ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ଏବେ ସୁଦ୍ଧା, ଡେଣୁ, ହାଣ୍ଡିଆ, ବନ୍ଧାବନ୍ଧି ହୋଇ ବିଭିନ୍ନ ଅସ୍ତ୍ରଶସ୍ତ୍ର ତିଆରି ହୋଇଛି। ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ପାର୍ବତ୍ୟ ବେଶ ପାଇଁ ଆବଶ୍ୟକ ବେଶ ସାମଗ୍ରୀକୁ କାରିଗର, ବସନ୍ତ କୁମାର ରଣା, ସତ୍ୟ ନାରାୟଣ ବେହେରା, ସନ୍ତୋଷ କୁମାର ମିଶ୍ର, ବାପି ମାଝି, ଲୋକନାଥ ମହାପାତ୍ର, ରଘୁନାଥବେହେରା ପ୍ରମୁଖ ପ୍ରସ୍ତୁତ କରୁଛନ୍ତି ପ୍ରକାଶ ଯେ, ଏହି ବେଶ ଚଳିତ ମାସ ୨୭ ତାରିଖରେ ହେବ। ପବିତ୍ର କାର୍ତ୍ତିକ ଦ୍ବାଦଶୀ ତିଥିରେ ଏହି ବେଶ ଅନୁଷ୍ଠିତ ହେବ। ସେହି କାର୍ତ୍ତିକ ମାସରେ ଦିନ ପଞ୍ଚୁକ ପଡ଼ୁଥିବାରୁ ଅତିରିକ୍ତ ଦିନିଟି ନାଗାର୍ଜୁନ ବେଶ ହେବ। ଶେଷ ଥର ଏହି ବେଶ ୧୯୯୪ରେ ହୋଇଥିଲା। ସେତବେଳେ ୧୦ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା। ପରିଚାଳନା ଗତ ତ୍ରୁଟି ଯୋଗୁଁ ଭକ୍ତ ପ୍ରାଣ ହରାଇଥିଲେ। ଏହି ବେଶରେ ମହାପ୍ରଭୁଙ୍କ ବୀର ତଥା ପାର୍ବତ୍ୟ ବେଶରେ ସଜ୍ଜିତ ହୋଇଥାନ୍ତି। ଅନ୍ୟ ବେଶଠାରୁ ଏହା ବିରଳ ଆକର୍ଷଣୀୟ। ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ଦର୍ଶନ କରିବାକୁ ହଜାର ହଜାର ସଂଖ୍ୟାରେ ସାଧୁ ସନ୍ଥ ପୁରୀକୁ ଆସିଥାନ୍ତି। ତଥ୍ୟ ମୁତାବକ ୧୯୬୬, ୧୯୮୩ ୧୯୯୩ ୧୯୯୪ରେ ଏହି ବେଶ ଅନୁଷ୍ଠିତ ହୋଇଥିଲା। ଏହା ପରଠାରୁ ତିଥି ପଡ଼ିନଥିଲା। ଏହି ବେଶରେ ମହାପ୍ରଭୁଙ୍କ ଯୋଦ୍ଧା ବେଶରେ ସଜା ଯାଇଥାଏ। ମହାପ୍ରଭୁଙ୍କ ଅଣ୍ଟାରେ ନାଗା ତାଟି ଭିଡ଼ାଯାଏ। ଧନୁଶର ପୂର୍ଣ୍ଣ ତୁଣୀର, କୁଟାରି, ଛୁରି ବାଘନଖ, ଏରାପକ୍ଷୀର ପର ମହାପ୍ରଭୁ ଜଗନ୍ନାଥ ବଳଭଦ୍ରଙ୍କ ବେଶ ପାଇଁ ଶ୍ରୀହସ୍ତ, ଶ୍ରୀପୟର ଲାଗି ହୋଇଥାଏ। ମହାପ୍ରଭୁ ଉଭୟ ହସ୍ତରେ ଦୁଇଟି ଓଳମାଳି ଧରିଥାନ୍ତି। ବିଭିନ୍ନ ମାଳିରେ ମହାପ୍ରଭୁଙ୍କ ବେଶ ହୋଇଥାଏ। ସୁଭଦ୍ରାଙ୍କ ମସ୍ତକରେ ସୁନାର ମୁକୁଟ, ଚନ୍ଦ୍ରିକା, କର୍ଣ୍ଣ ଅଳଙ୍କାର ମଧ୍ୟ ଲାଗି ହୋଇଥାଏ। ଏହାକୁ ମହାପ୍ରଭୁଙ୍କ ପର୍ଶୁରାମ ବେଶ ବୋଲି ମଧ୍ୟ କୁହାଯାଇଥାଏ। ହିମାଚଳ ପ୍ରଦେଶର ଜଣେ ସନାତନ ବ୍ରାହ୍ମଣ ଏହି ବେଶର ପ୍ରଚଳନ କରିଥିବା ଜଣାଯାଏ।

09/11/2020

Leave a Reply

Your email address will not be published. Required fields are marked *

Comments