Bikash Khabar
ଅଲିଅଳି ଝିଅ ଯୋଜନା,ଉତ୍କର୍ଷ ସିଏସଆର ପାଇଁ ନାଲକୋ କୁ ମିଳିବ ରାଷ୍ଟ୍ରପତି ପୁରସ୍କାର

ସିଏସଆର କ୍ଷେତ୍ରରେ ଉତ୍କର୍ଷତା ପାଇଁ ନାଲକୋ କୁ ରାଷ୍ଟ୍ରପତି ପୁରସ୍କାର ମିଳିବ ନାଲକୋ ଅଲିଅଳି ଝିଅ ଭଳି ଯୋଜନାର ପ୍ରଣୟନ କାର୍ଯ୍ୟାନ୍ୱୟନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ ଏହିଭଳି ଅଭିନବ ସାମାଜିକ କଲ୍ୟାଣକାରୀ ଯୋଜନାର ପ୍ରଣୟନ କରିଥିବାରୁ ନାଲକୋ ପ୍ରଶଂଶାର ପାତ୍ର ହୋଇଛି । ବାଳିକା ଶିକ୍ଷାକୁ ପ୍ରୋତ୍ସାହନ ଦେଇ ସେମାନଙ୍କୁ ସଶକ୍ତ କରିବା ଦିଗରେ ଏକ ଉଦାହରଣ ସାଜିଛି ଏହି ଯୋଜନା ଅଧୀନରେ ବାଳିକା ମାନଙ୍କୁ ଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବାସହ ସେମାନଙ୍କୁ ସ୍ୱାବଲମ୍ବୀ କରିବାପାଇଁ ସହଯୋଗ କରାଯାଉଛି ନାଲକୋ ପକ୍ଷରୁ ଅନୁଗୋଳ ଦମନଯୋଡି ଅଞ୍ଚଳର ୬୬ ଗ୍ରାମର ୪୧୬ ଛାତ୍ରୀଙ୍କୁ ଅଳିଆଲା ଝିଅ ଭାବେ ଗ୍ରହଣ କରାଯାଇ ସହାୟତା କରାଯାଉଛି । ଏହି ଛାତ୍ରୀମାନଙ୍କୁ ଅଷ୍ଟମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ଉପକରଣ ପ୍ରଦାନ ସହିତ ଅନ୍ୟାନ ସାମଗ୍ରିକ ବିକାଶ କ୍ଷେତ୍ରରେ ପଦକ୍ଷେପ ନେଇଛି ନାଲକୋ

30/06/2019

Leave a Reply

Your email address will not be published. Required fields are marked *

Comments