Bikash Khabar
ମଙ୍ଗଳବାର ଖୋଲିବ ନନ୍ଦନ କାନନ

ବାତ୍ୟା ପାଇଁ ୧୯ଦିନଧରି  ବନ୍ଦ ହେବା ପରେ ମଙ୍ଗଳବାର ଖୋଲିବାକୁ ଯାଉଛି ନନ୍ଦନକାନନ। ବାତ୍ୟାର ଅବ୍ୟବହିତ ପୂର୍ବରୁ ନନ୍ଦନକାନନକୁ ୨ରୁ  ବନ୍ଦ କରି ଦିଆଯାଇଥିଲା। ପରେ ଫନୀ ପ୍ରଭାବରେ ନନ୍ଦନକାନନପରିସର ରେ  ବ୍ୟାପକ କ୍ଷତି ଘଟି ସମ୍ପୂର୍ଣ୍ଣ ଚିତ୍ର ବଦଳିଯାଇଥିଲା। ବାତ୍ୟା ପୂର୍ବରୁ ନନ୍ଦନକାନନ କର୍ତ୍ତୃପକ୍ଷ ପଶୁପକ୍ଷୀମାନଙ୍କୁ ସୁରକ୍ଷିତ ରଖିପାରିଥିବାବେଳେ ପରିସରରେ ଥିବା ସବୁଜ ବନାନୀ ନଷ୍ଟ  ହୋଇଯାଇଥିଲା। ଏହାର ପୁନରୁଦ୍ଧାର ପାଇଁ ପ୍ରାଥମିକ ଭାବେ ନନ୍ଦନକାନନକୁ ଠାରୁ ୧୩ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା। କିନ୍ତୁ ଏହି ସମୟସୀମା ମଧ୍ୟରେ ପୁନରୁଦ୍ଧାର କାର୍ଯ୍ୟ ସମ୍ପନ୍ନ ହେବାରୁ ପୁଣି ୨୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

ସୋମବାର ସ୍ବାସ୍ଥ୍ୟ କମିଟିର ଜଣିଆ ସଦସ୍ୟ ଦଳ ନନ୍ଦନକାନନ ଅନୁଧ୍ୟାନ କରିଥିଲେ ଏହି ସଦସ୍ୟମାନେ ପରିସରର ବିଭିନ୍ନ ଏନକ୍ଲୋଜରର ଡିସପ୍ଲେ ପଶୁପକ୍ଷୀମାନଙ୍କ ବିଶ୍ରାମସ୍ଥଳୀର ପୁନରୁଦ୍ଧାର କାର୍ଯ୍ୟ, ଏନକ୍ଲୋଜରଗୁଡିକରେ ରୋଗପ୍ରତିରୋଧ ପାଇଁ ବିଶୋଧନ ପ୍ରକ୍ରିୟା, ପଶୁପକ୍ଷୀଙ୍କ ପ୍ରତିଷେଧକ ବ୍ୟବସ୍ଥା ସ୍ବାସ୍ଥ୍ୟସେବା, ରାସ୍ତାଘାଟ ସଫା ପର୍ଯ୍ୟଟକମାନଙ୍କ ବୁଲିବା ବାଟ, ବିଦ୍ୟୁତ ସରବରାହ ପାନୀୟ ଜଳଯୋଗାଣର ସ୍ବାଭାବିକ ସ୍ଥିତି ଆଦି ବିଷୟରେ ଅନୁଧ୍ୟାନ କରିଥିଲେ। ପ୍ରଥମେ ଭାଲୁ ଦେଖିସାରିବା ପରେ ଡାକ୍ତରଖାନାରେ ଚିକିତ୍ସାଧୀନ ଜୀବଜନ୍ତୁଙ୍କୁ ଦେଖିବାସହ ବରିଷ୍ଠ ଡା. ଆଲୋକ କୁମାର ଦାସଙ୍କ ସହ ଆଲୋଚନା କରିଥିଲେ। ବାଘ, ସିଂହ, ଜିରାଫ ସରୀସୃପ ଉଦ୍ୟାନ, ସିମ୍ପାଜି, ଓରାଙ୍ଗଓଟାନ, ହରିଣ ଜାତୀୟ ପ୍ରାଣୀ, ପକ୍ଷୀମାନଙ୍କୁ ମଧ୍ୟ ଦେଖିଥିଲେ। ଓରାଙ୍ଗଓଟାନର ସ୍ବାସ୍ଥ୍ୟକଥା ପଚାରି ବୁଝିଥିଲେ। ଏହାପରେ ନନ୍ଦନକାନନର ଅନ୍ୟତମ ଆକର୍ଷକ ବାଘ, ସିଂହ, ଭାଲୁ, ତୃଣଭୋଜି ଆଦି ୪ସଫାରିର ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ।

21/05/2019

Leave a Reply

Your email address will not be published. Required fields are marked *

Comments