Bikash Khabar
ନାସା ପଠାଇବ ମହିଳା ମହାକାଶଚାରୀ

୩୫ ବର୍ଷ ପରେ ସୃଷ୍ଟି ହେବାକୁ ଯାଉଛି ପୁଣି ଏକ ଇତିହାସ । ୧୯୮୪ ମସିହାରେ ରୁଷର ଶ୍ୱେତଲାନା ସାବିସ୍କାୟା  ପ୍ରଥମ ମହିଳା ଭାବେ ମହାକାଶ ଯାଇଥିଲେ । ଏବେ ଏହାର ୩୫ ବର୍ଷ ପରେ ପ୍ରଥମଥର ପାଇଁ ଆମେରିକାର ମହାକାଶ ସଂସ୍ଥା ନାସା ପକ୍ଷରୁ କେବଳ ମହିଳାଙ୍କୁ ମହାକାଶ କୁ ପଠାଯାଉଛି ।ଦେଶର ଦୁଇ ମହାକାଶଚାରୀ ଆନ୍ନିମ୍ୟକ ଓ ଖ୍ରୀଷ୍ଟିନା କୋଚ ଚଳିତ ମାସ ମହାକାଶ କୁ ଯିବେ ବୋଲି ରବିବାର ଘୋଷଣା ହୋଇଛି ।
ସୂଚନାଯୋଗ୍ୟ ଯେ ୩୫ ବର୍ଷ ତଳେ ରୁଷର ଶ୍ୱେତଲାନା ସାଲ୍ୟୁଟ -୭ ମହାକାଶ ଷ୍ଟେସନ ବାହାରେ ପଦପାତ ପୂର୍ବକ ଇତିହାସ ରଚିଥିଲେ ।
ଏହି ଦୁଇ ମହାକାଶଚାରୀ ଙ୍କୁ ସହାୟତା ପାଇଁ କେବଳ ମହିଳାଙ୍କର ଏକ ଦଳ ଗଠନ କରାଯାଇଛି ।ଏଥିରେ ମେରୀ ଲରେନ୍ସ ଓ କ୍ରିସ୍ତେନ ଫେସିଅଲ ସଦସ୍ୟ ଅଛନ୍ତି ।ଏମାନେ ୨୦୧୩ ରୁ ନାସା ରେ ତାଲିମ ନେଉଥିବା ଜଣାଯାଇଛି  ।

11/03/2019

Leave a Reply

Your email address will not be published. Required fields are marked *

Comments