Bikash Khabar
ଆରମ୍ଭ ହେଲା ଜାତୀୟ ହସ୍ତତନ୍ତ ମେଳା ,ଯୋଗ ଦେଇଛନ୍ତି ୧୦୦ ସଂସ୍ଥା

 ଜାତୀୟ ହସ୍ତତନ୍ତ ମେଳା-୨୦୨୦ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଆରମ୍ଭ ହୋଇଯାଇଛି। ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ହସ୍ତତନ୍ତ, ବୟନ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ବୟନିକାପକ୍ଷରୁ ଆୟୋଜିତ ଏହି ମେଳାକୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ଚଳିତବର୍ଷ ମେଳାରେ ଉତ୍ତରପ୍ରଦେଶ, ଜମ୍ମୁ କଶ୍ମୀର, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ, ପଣ୍ଡିଚେରୀ, ତାମିଲନାଡ଼ୁ, କର୍ନାଟକ, ଉତ୍ତରାଖଣ୍ଡ, ହରିୟାଣା ଏବଂ ଓଡ଼ିଶାର ପ୍ରାୟ ୧୦୦ ସଂସ୍ଥା ସମିତି ଅଂଶଗ୍ରହଣ କରିଛନ୍ତି। ଏଠାରେ ଭାରତର ବିଭିନ୍ନ କୋଣାନୁକୋଣରେ ପ୍ରସ୍ତୁତ କଟନ୍, ସିଲ୍, ଟସର, ଏରି ଭଳି ବିଭିନ୍ନ ଫ୍ୟାବ୍ରିକ୍ରେ ପ୍ରସ୍ତୁତ ହସ୍ତତନ୍ତ ଶାଢ଼ି, ଡ୍ରେସ୍ ଡ୍ରେସ୍ମ୍ୟାଟେରିଆଲ୍, ବିଭିନ୍ନ ଫାବ୍ରିକ୍ କପଡ଼ା ଇତ୍ୟାଦି ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ହେଉଛି। ଫେବୃୟାରୀ ୨୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାର ଉଦ୍ଘାଟନୀ ଉତ୍ସବରେ ହସ୍ତତନ୍ତ, ବୟନ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପଦ୍ମିନୀ ଦିଆନ୍, ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ ପ୍ରମୁଖ ଯୋଗଦେଇଥିଲେ। ବିଭାଗୀୟ ପ୍ରମୁଖ ସଚିବ ହେମନ୍ତ ଶର୍ମା ସ୍ବାଗତ ଭାଷଣ ଦେଇ ମେଳାର ଆଭିମୁଖ୍ୟ ସମ୍ପର୍କରେ କହିଥିବାବେଳେ ବୟନିକା ସଭାପତି ଶେଷ କୁମାର ମେହେର, ପରିଚାଳନା ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଗତବର୍ଷଗୁଡ଼ିକରେ ସର୍ବାଧିକ ବ୍ୟବସାୟ କରିଥିବା ତନ୍ତୁବାୟ ସମିତିକୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରିଥିଲେ। ସୁବର୍ଣ୍ଣପୁର ଜିଲାର ମାକ୍ଷେତ୍ରପାଳ ତନ୍ତୁବାୟ ସହଯୋଗ ସମିତି ପ୍ରଥମ ପୁରସ୍କାର ପାଇଥିବାବେଳେ ସେହି ଜିଲାର ଦେବ ଦେବ ମହାଦେବ ତନ୍ତୁବାୟ ସମିତି ଦ୍ୱିତୀୟ ପୁରସ୍କାର ଏବଂ କଟକ ନୂଆପଟଣାର ମାଅନ୍ନପୂର୍ଣ୍ଣା ତନ୍ତୁବାୟ ସମିତି ତୃତୀୟ ପୁରସ୍କାର ପାଇଥିଲା। ବିଜେତାମାନଙ୍କୁ ଯଥାକ୍ରମେ ଲକ୍ଷ, ଲକ୍ଷ ଏବଂ ଲକ୍ଷ ଟଙ୍କା ଲେଖାଁଏ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏହାସହ ୭୫ ବର୍ଷ ପୂରଣ କରିଥିବା ଐତିହ୍ୟ ସମବାୟ ସମିତି ଗଞ୍ଜାମର କଣ୍ଟେଇକୋଳି ତନ୍ତୁବାୟ ସହଯୋଗ ସମିତି, କୁଲାଡ ତନ୍ତୁବାୟ ସହଯୋଗ ସମିତି ଏବଂ ବେଲଗୁଣ୍ଠା ତନ୍ତୁବାୟ ସହଯୋଗ ସମିତିକୁ ମୁଖ୍ୟମନ୍ତ୍ରୀ ଲକ୍ଷ ଟଙ୍କା ଲେଖାଁଏ ପ୍ରଦାନ କରିଥିଲେ। ମେଳାକୁ ଉଦ୍ଘାଟନ କରି ସେ ଏହାର ଥିମ୍ପ୍ୟାଭିଲିୟନ୍ବୁଲି ଦେଖିଥିଲେ।

28/01/2020

Leave a Reply

Your email address will not be published. Required fields are marked *

Comments