Bikash Khabar
ବିଜେଡି ର ୨ ପ୍ରତିଶତ କମିଛି ଭୋଟ ,ତଥାପି ପଞ୍ଚମ ପାଳିରେ ନବୀନ

 ୨୦୧୪ ନିର୍ବାଚନ ତୁଳନାରେ ଭାଜପାର ଭୋଟ ପ୍ରତିଶତ ବୃଦ୍ଧି ପାଇଛି କିନ୍ତୁ ଦଳକୁ ରାଜ୍ୟରେ ଅଧିକ ଆସନ ମିଳିପାରିନାହିଁ ବିଜେଡି୨୦୧୪ ତୁଳନାରେ ପାଖାପାଖି ପ୍ରତିଶତ କମ ଭୋଟ ସତ୍ୱେ ସଂଖ୍ୟାଗରିଷ୍ଠତା ହାସଲ କରି ପଞ୍ଚମ ପାଳି କ୍ଷମତା ସିଂହାସନ ଆରୋହଣ କରିବାକୁ ଯାଉଛି। କଂଗ୍ରେସର ଭୋଟ ପ୍ରତିଶତ ଅତିମାତ୍ରାରେ ତଳକୁ ଖସିଯାଇଛି। ୨୦୧୪ରେ ଭାଜପାର ଭୋଟ ହାର ୨୧.୮୮ ପ୍ରତିଶତ ଥିବା ବେଳେ ଚଳିତ ନିର୍ବାଚନରେ ଏହା  ୧୬.୪୯ ପ୍ରତିଶତକୁ ବୃଦ୍ଧି ପାଇ ୩୮.୩୭ ପ୍ରତିଶତରେ ପହଞ୍ଚିଛି। ଭୋଟ ହାର ବୃଦ୍ଧି ପାଇଥିଲେ ମଧ୍ୟ ସେହି ଅନୁପାତରେ ଭାଜପାକୁ ବିଧାନସଭାରେ ଫାଇଦା ମିଳି ପାରି ନାହିଁ। ତେବେ ଭାଜପା କଂଗ୍ରେସକୁ ପଛରେ ପକାଇ ରାଜ୍ୟରେ ଦ୍ୱିତୀୟ ଦଳ ଭାବେ ଉଭା ହୋଇଛି। ଅନ୍ୟପକ୍ଷରେ ୪ଟି ପାଳି ଶାସନ କରିବା ପରେ ମଧ୍ୟ ବିଜେଡିର ଭୋଟ ହାରରେ ସେପରି ଆଖିଦୃଶିଆ ହ୍ରାସ ହୋଇନାହିଁ। ୨୦୧୪ରେ ବିଜେଡିକୁ ମୋଟ ୪୪.୭୭ ପ୍ରତିଶତ ଭୋଟ ମିଳିଥିବା ବେଳେ ଚଳିତ ନିର୍ବାଚନରେ ୪୨.୪୯ ପ୍ରତିଶତକୁ କମିଛି। ଦଳକୁ ପ୍ରାୟ ଦୁଇ ପ୍ରତିଶତ ଭୋଟ ହରାଇବାକୁ ପଡିଛି। ଏଥିଯୋଗୁ ବିଜେଡିକୁ ସେପରି କିଛି ବଡ ଧରଣର କ୍ଷତି ହୋଇ ନାହିଁ। ଅନ୍ୟପକ୍ଷରେ କଂଗ୍ରେସ ଧୀରେ ଧୀରେ ରାଜ୍ୟରେ ସତ୍ତା ହରାଇବା ସ୍ଥିତିକିୁ ଚାଲିଆସିଛି। ଗତ ଦୁଇ ଦଶନ୍ଧି ଧରି କ୍ଷମତାରୁ ଦୂରରେ ରହିଥିବା ଏହି ଦଳର ୨୦୧୪ରେ ଭୋଟ ହାର ୨୬.୩୮ ପ୍ରତିଶତ ଥିବାବେଳେ ଚଳିତ ନିର୍ବାଚନରେ ୧୩ ପ୍ରତିଶତ ତଳକୁ ଖସି ୧୩.୬୭ ପ୍ରତିଶତରେ ପହଞ୍ଚିଯାଇଛି। ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ଥିବା ଏହି ଜାତୀୟ ଦଳ ତୃତୀୟ ସ୍ଥାନକୁ ଖସି ଯାଇଛି। କଂଗ୍ରେସ ୧୩ ପ୍ରତିଶତ ଭୋଟ କମିଥିବା ବେଳେ ବିଜେପି କୁ ୧୬ ପ୍ରତିଶତ ରୁ ଅଧିକ ଭୋଟ ମିଳିଛି ବିଜେପି ୨୦୧୪ ଠାରୁ ରାଜ୍ୟରେ ବିଜେଡି ଶାସନ ବିରୁଦ୍ଧରେ ବ୍ୟାପକ ଜନମତ ସୃଷ୍ଟିକରୁଥିବା ବେଳେ କଂଗ୍ରେସ ବିରୋଧୀ ଭୂମିକା  ରୁ ଦୁରେଇ ଯାଇଥିଲା ବିଜେଡି ଶାସନରେ ବହୁତ ବଡ ବଡ କେଳେଙ୍କାରୀ କୁ ନେଇ ବିରୋଧୀ ଯେଭଳି ସଡକ ଉପରକୁ ଓଲ୍ହାଇବା କଥା ତାହା କରି ଥିବାରୁ ବିଜେଡି ପଞ୍ଚମ ଥର ପାଇଁ ବିନାବାଧାରେ ସରକାର ଗଢିବାକୁ ଯାଇଛି

24/05/2019

Leave a Reply

Your email address will not be published. Required fields are marked *

Comments