Bikash Khabar
ଡାକ୍ତରୀ ଛାତ୍ରଙ୍କ ଉପରେ ଲାଗିଲା ଅଙ୍କୁଶ ,ବାହାରକୁ ଯାଇ ଚାକିରୀ କଲେ ଗଣିବେ ତଣ୍ଡ

ସରକାରୀ ମେଡିକାଲ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ  ନୂଆ ବଣ୍ଡ ଦେବାର  ବ୍ୟବସ୍ଥା କରିଛନ୍ତି ସରକାର ସଂଶୋଧିତ ବଣ୍ଡରେ ଏଣିକି କେବଳ ଏମବିବିଏସ ଛାତ୍ରଛାତ୍ରୀମାନେ ନୁହଁନ୍ତି ପିଜି ସୁପରସ୍ପେଶାଲିଟି କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ବଣ୍ଡ ଲାଗୁ ହେବ ସରକାରୀ ଡାକ୍ତରଖାନାରେ ପଢ଼ୁଥିବା ପିଜି ସୁପରସ୍ପେଶାଲିଟି କୋର୍ସର ଛାତ୍ରଛାତ୍ରୀମାନେ ନାମ ଲେଖାବେଳେ ବଣ୍ଡଦେବେ ପାସ କରିବା ପରେ ଅନ୍ୟୁନ ବର୍ଷ ରାଜ୍ୟସରକାରଙ୍କ ଅଧିନରେ କାର୍ଯ୍ୟ କରିବାକୁ ବାଧ୍ୟ ହେବେ କାର୍ଯ୍ୟ କଲେ ରାଜ୍ୟଛାଡ଼ିଗଲେ ସେମାନଙ୍କୁ ତଣ୍ଡ ଗଣିବାକୁ ପଡ଼ିବ ପିଜି ଛାତ୍ରମାନେ ଦେଢ଼ କୋଟି ଟଙ୍କା ସୁପରସ୍ପେଶାଲିଟି ଛାତ୍ରମାନେ କୋଟି ଟଙ୍କା ସରକାରଙ୍କୁ ଦେବେ ଏହି ନିୟମ ଚଳିତବର୍ଷରୁ ଲାଗୁ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି

ଡାକ୍ତରୀ ପାସ ପରେ ଡିଗ୍ରୀ ହାସଲ କରି ଛାତ୍ରଛାତ୍ରୀମାନେ ଘରୋଇ ମେଡିକାଲ କଲେଜ ବାହାର ରାଜ୍ୟକୁ ଯାଇ ଚାକିରି କରୁଛନ୍ତି ଫଳରେ ସରକାରୀ ଡାକ୍ତରୀଖାନାରେ ଡାକ୍ତରଙ୍କ ଅଭାବ ଦେଖାଦେଉଛି ସରକାରୀ ମେଡିକାଲ କଲେଜରେ ପାଠ ପଢ଼ିଲେ ସେମାନଙ୍କ ପିଛା ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଉଛି ଓଡ଼ିଶା ଟିକସ ଦାତାଙ୍କ ଅର୍ଥରେ ଡାକ୍ତରୀ ପଢ଼ି ପାସ କରିବା ପରେ ସେମାନେ ଓଡ଼ିଶା ସରକାରଙ୍କ ଅଧିନରେ ସେବା କରି ବାହାରକୁ ଚାଲିଯାଉଛନ୍ତି ଏହାକୁ ରୋକିବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ଏମବିବିଏସ କ୍ଷେତ୍ରରେ ମଧ୍ୟ ଏହି ନୀୟମ ଲାଗୁ ହେଇଛି ଛାତ୍ରଛାତ୍ରୀମାନେ ରାଜ୍ୟରେ କାମ କରିବା ପାଇଁ ବଣ୍ଡ ଲେଖି ସରକାରୀ ମେଡିକାଲରେ କଲେଜରେ ପାଠ ପଢ଼ୁଛନ୍ତି

16/08/2019

Leave a Reply

Your email address will not be published. Required fields are marked *

Comments