Bikash Khabar
ନୋବେଲ ବିଜେତା ଅଭିଜିତଙ୍କ ଦାରିଦ୍ର୍ୟ ଦୂରୀକରଣ ସଂସ୍ଥା ‘ଜେ-ପାଲ୍‌’ ସହ ଓଡ଼ିଶା ସରକାରଙ୍କ ବୁଝାମଣାପତ୍ର ସ୍ୱାକ୍ଷରିତ

 ଅର୍ଥନୀତି ନୋବେଲ ବିଜେତା ଅଭିଜିତଙ୍କ ଦାରିଦ୍ର୍ୟ ଦୂରୀକରଣ ସଂସ୍ଥା ଜେ-ପାଲ୍ସହ ଓଡ଼ିଶା ସରକାର ଗୁରୁବାର ବୁଝାମଣା ପତ୍ର ଗୁରୁବାର ସ୍ୱାକ୍ଷର କରିଛନ୍ତି। ବୁଝାମଣା ଅନୁସାରେ ସଂପୃକ୍ତ ସଂସ୍ଥା ରାଜ୍ୟର ଦାଦନ ସମସ୍ୟା ସ୍ୱାସ୍ଥ୍ୟ କ୍ଷେତ୍ରରେ ଗବେଷଣା ଭିତ୍ତିକ ସହଯୋଗ ତଥା ମହିଳା ସଶକ୍ତିକରଣ, କୃଷି ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦେବ। ସେହିପରି ଏହି ସଂସ୍ଥା ଶ୍ରମ, ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଶିଶୁକଲ୍ୟାଣ ଯୋଜନାର ମୂଲ୍ୟାୟନ କରିବ। କର୍ଯ୍ୟକ୍ରମର ସୁପରିଚାଳନା ପାଇଁ ସଂସ୍ଥା ସହିତ ଜଡ଼ିତ କର୍ମଚାରୀମାନଙ୍କୁ ଦକ୍ଷତାବୃଦ୍ଧି ତାଲିମ ପ୍ରଦାନ କରାଯିବ। ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ପରେ ଓଡ଼ିଶା ନୋବେଲ ବିଜେତାଙ୍କ ଜେ-ପାଲର ଅଂଶୀଦାର ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।ଅଭିଜିତ ବାନାର୍ଜୀ ଏବଂ ଇସ୍ଥର୍ଡଫ୍ଲୋଙ୍କ ସହ-ସଂସ୍ଥାପିତ ଅବ୍ଦୁଲ୍ଲତିଫ୍ଜମୀଲ୍ପଭର୍ଟି ଆକ୍ସନ୍ଲ୍ୟାବ୍ ଅଂଶୀଦାର ହେବାକୁ ବାହାରିଛି ଓଡ଼ିଶା। ନୀତି ଗଠନ ମାଧ୍ୟମରେ ଦରିଦ୍ରରୁ ଦରିଦ୍ରତମ ଏବଂ ପରୀକ୍ଷାମୂଳକ ଗବେଷଣାଭିତ୍ତିକ ମୂଲ୍ୟାୟନ ସମେତ କେତେକ ସାମାଜିକ କ୍ଷେତ୍ରରେ କରାଯାଇଥିବା ହସ୍ତକ୍ଷେପ ନିମନ୍ତେ ଜେ-ପାଲ୍ଗଠିତ ହୋଇଛି। ବାନାର୍ଜୀ-ଡଫ୍ଲୋ ଦ୍ୱୟ ଆଲ୍ଫ୍ରେଡ୍ନୋବେଲ୍ଙ୍କ ସ୍ମୃତିରେ ଅର୍ଥନୀତିରେ ନୋବେଲ୍ପୁରସ୍କାର ଭାବେ ଜଣାଶୁଣା ସ୍ୱେର୍ଗିଜ୍ରିକ୍ସବ୍ୟାଙ୍କ୍ପ୍ରାଇଜ୍ଇନ୍ଇକୋନମିକ୍ସାଇନ୍ସେସ୍ପ୍ରଦତ୍ତ ହେବା ପରେ ଗୋଟାଏ ଭାରତୀୟ ରାଜ୍ୟ ସହ ଏହା ହେଉଛି ଜେ-ପାଲ୍ସହ ପ୍ରଥମ ବ୍ୟାପକ ଅଂଶୀଦାରୀ।

01/11/2019

Leave a Reply

Your email address will not be published. Required fields are marked *

Comments