Bikash Khabar
ରାସନ କାର୍ଡ ହିତାଧିକାରୀ ଙ୍କ ପାଇଁ ନୂଆ ସୁବିଧା,ଆମେ ବାଛିବା ଆମ ଦୋକାନ

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ଙ୍କୁ ସୁବିଧାରେ ଖାଦ୍ୟ ଶସ୍ୟ ଯୋଗାଇଦେବା ନେଇ ସରକାର ନୁଆଁ ବ୍ୟବସ୍ଥା ହାତକୁ ନେଇଛନ୍ତି ଏହି ନୁଆଁ ବ୍ୟବସ୍ଥା ଆମେ ବାଛିବା ଆମ ଦୋକାନ ଅନୁସାରେ ହିତାଧିକାରୀ ନିଜ ପସନ୍ଦର ଯେ କୌଣସି ସୁଲଭ ମୂଲ୍ୟ ଦୋକାନରୁ ଖାଦ୍ୟ ଶସ୍ୟ ନେଇପାରିବେ ପରୀକ୍ଷା ମୂଳକ ଭାବେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆସନ୍ତା ସେପ୍ଟେମ୍ବର ତାରିଖ ରୁ କାର୍ଯ୍ୟକ୍ଷମ ହେବ ଦ୍ୱିତୀୟ ପର୍ଯ୍ୟାୟରେ ସମସ୍ତ ପୌରାଞ୍ଚଳ ତୃତୀୟ ପର୍ଯ୍ୟାୟରେ ଗ୍ରାମାଞ୍ଚଳରେ ଏହା କାର୍ଯ୍ୟକାରୀ କରାଯିବ ବୋଲି ଖାଦ୍ୟଯୋଗାଣ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ମାସ ପହିଲାରୁ ଭୁବନେଶ୍ୱର ମହାନଗର ଅଞ୍ଚଳର ରେସନକାର୍ଡ ଧାରୀ ସହରରେ ଥିବା ୧୨୭ ଟି ସୁଲଭ ମୂଲ୍ୟ ଦୋକାନ ମଧ୍ୟରୁ ଯେକୌଣସି ଦୋକାନରୁ ସେମାନଙ୍କ ଖାଦ୍ୟ ଶସ୍ୟ ଉଠାଇ ପାରିବେ

19/08/2019

Leave a Reply

Your email address will not be published. Required fields are marked *

Comments