Bikash Khabar
ନବ ଦମ୍ପତ୍ତି ଙ୍କୁ ପାଣି ମାଠିଆ ଉପହାର

ଏବେ ନାହିଁ ଥିବା ରୌଦ୍ର ତାପ  କୂଅ ,ପୋଖରୀ,ନଦୀ,ନାଳ ସବୁ ଶୁଖିଲା ଏଭଳି ସ୍ଥିତିରେ ମଧ୍ୟପ୍ରଦେଶରେ ପିଇବା ପାଣି ସମସ୍ୟା ଉତ୍କଟ ହେବାରେ ଲାଗିଛି। ନିକଟରେ ଏଠାରେ ସମ୍ପର୍ଣ୍ଣ ଏକ  ବିବାହ ଭୋଜିରେ ଯୋଗଦେଇଥିବା ଅତିଥି ମାନେ  କନ୍ୟାବରଙ୍କୁ ପାଣିଭର୍ତ୍ତି ମାଠିଆ ଉପହାର ଭାବେ ପ୍ରଦାନ କରିଛନ୍ତି। ସ୍ଥାନୀୟ ଖରଗୋନ୍ଜିଲାର ରାୟଟେମରୀରେ ଏଭଳି ଘଟଣା ଘଟିଛି। ଏହି ପାହାଡ଼ିଆ ଆଦିବାସୀ ଗାଁରେ ପିଇବା ପାଣି ସମସ୍ୟା ଦୀର୍ଘଦିନ ଧରି ଲାଗି  ରହିଛି। ଗାଁରେ ବାସକରୁଥିବା କୁବେର ସିଂଙ୍କ ପୁଅଙ୍କ ବିବାହ ଭୋଜିରେ  ଖାଦ୍ୟପଦାର୍ଥ ରନ୍ଧା ଯିବାରଥିଲା। ତେବେ ଏଥିରେ ମୁଖ୍ୟ ପ୍ରତିବନ୍ଧକ ଥିଲା ପିଇବା ପାଣି। ଏନେଇ କୁବରେ ସିଂ ଗାଁ ସରପଞ୍ଚ ଏବଂ ଲୋକଙ୍କ ସହିତ ଆଳୋଚନା କରିଥିଲେ। ଶେଷରେ ସଭିଏଁ ଏକ ମାଠିଆ ପାଣି ନେଇ ବିବାହ ଭୋଜିକୁ ଆସିବାକୁ ରାଜି ହୋଇଥିଲେ। ଶେଷରେ ତାହାହିଁ ହେଲା ଗ୍ରାମବାସୀ ମାନେ ନିଜ ପ୍ରତିଶ୍ରୁତି ରକ୍ଷା କରି ମାଠିଆଏ ଲେଖାଏଁ ଜଳ ଭାର ନେଇ ବିବାହ ଉତ୍ସଵ ରେ ଯୋଗଦେଇଥିଲେ

28/05/2019

Leave a Reply

Your email address will not be published. Required fields are marked *

Comments