Bikash Khabar
ଶଶାଙ୍କ ଙ୍କ ନିଆରା ନିଶା,ସଂଗ୍ରହ ଓ ସାଇତି ରଖିଛନ୍ତି ୧୩୮ ଦେଶର ଖବରକାଗଜ

ରୁଚି ତାଙ୍କର ପାଲଟିଛି  ନିଶା, ଏହି ନିଶା ତାଙ୍କୁ ଆଣିଦେଇଛି ପ୍ରତିଷ୍ଠା ନିଶାରେ ମସଗୁଲ ଏହି ଯୁବକ ଶଶାଙ୍କ ଶେଖର ଦାଶ ଏଯାବତ୍୧୩୮ ଦେଶର ୪୬୮୩ଟି ଖବରକାଗଜ ସଂଗ୍ରହ କରି ଗିନିଜ୍ବୁକ୍ଅଫ୍ରେକର୍ଡରେ ସ୍ଥାନିତ ହେବାକୁ ଯାଉଛନ୍ତି ସୋମବାର ଜାତୀୟ ପ୍ରେସ ଡେ ପାଳନ ଅବସର ରେ ନିଜର ଏଭଳି ନିଶା ସମ୍ପର୍କରେ ଅଭିଜ୍ଞତା ବଖାଣିଛନ୍ତି ରାଉରକେଲାରୁ ପ୍ରକାଶିତ ଏକ କ୍ଷୁଦ୍ର ଖବର କାଗଜରେ କାମ କରୁଥିବା େଳେ ୨୦୦୦ ମସିହାରେ ଶଶାଙ୍କଙ୍କ ଭିତରେ ଜନ୍ମ ନେଇଥିଲା ଏହି ଅଜବ ନିଶା। ତାଙ୍କ କହିବା ମୁତାବକ, ଅନେକ କ୍ଷୁଦ୍ର ଖବର କାଗଜ ନିୟମିତ ଛପା ହୁଏ ସିନା କିନ୍ତୁ ପାଠକଙ୍କ ପାଖେ ପହଞ୍ଚେ ନାହିଁ। ସେହି ଧାରଣାରୁ ଛୋଟ ବଡ଼ ସମସ୍ତ ଖବର କାଗଜ ସଂଗ୍ରହର ନିଶା ତାଙ୍କ ଭିତରେ ଉଙ୍କି ମାରିଥିଲା। ଏପର୍ଯ୍ୟନ୍ତ ସେ ୮୮ଟି ଭାଷାର ଖବର କାଗଜ ସଂଗ୍ରହ କରିସାରିଲେଣି। ଏହା ବ୍ୟତୀତ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ମୃତ୍ୟୁ ପରେ ପ୍ରକାଶ ପାଇଥିବା ୫ଶହଟି ପେପର ସଂଗ୍ରହ କରିଛନ୍ତି। ସେହିଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୃତ୍ୟୁ ଖବର ଛପା ଯାଇଥିବା ୬୫ଟି ଖବରକାଗଜ, ବିଶ୍ବଭୂଷଣ ହରିଚନ୍ଦନ ରାଜ୍ୟପାଳ ହେବା ଖବର ଛାପିଥିବା ୩୦ ଖବର କାଗଜ ସମେତ ଫନି, ହୁଡ୍ହୁଡ୍ଭଳି ଗୁରୁତ୍ବପୂର୍ଣ୍ଣ ଘଟଣା ପ୍ରକାଶ ପାଇଥିବା ବହୁ ଖବର କାଗଜ ସାଇତିପାରିଛନ୍ତି।

16/11/2020

Leave a Reply

Your email address will not be published. Required fields are marked *

Comments