Bikash Khabar
ବାତ୍ୟା କ୍ଷତିଗ୍ରସ୍ତ କନ୍ଦଳେଇ ରେ ଆଶ୍ରା ପକ୍ଷରୁ ରିଲିଫ ବଣ୍ଟନ

ଫୋନି ବାତ୍ୟାର ମାସେ ପରେ ବି ସୁଧୁରିନି ପ୍ରଭାବିତବର୍ଗ ଙ୍କ ଦୁଃଖ।ପୁରୀ,ଭୁବନେଶ୍ୱର ଏହାର ଆଖପାଖର ଅନେକ ଅଞ୍ଚଳରେ ଏବେବି ଦୂର ହୋଇନି ଅନ୍ଧାର।ସବୁଠୁ ବିଡ଼ମ୍ବନା କଥା ଯେ ଅନେକ ଗାଁ ରେ ସରକାରୀ କଳରକୌଣସି ବାବୁଭାୟା ଙ୍କ ଦର୍ଶନ ମିଳିନି।ତୁରନ୍ତ ରିଲିଫ ରୁ ବଂଚିତ ଚନ୍ଦକା ଡମପଡା ହସ୍ତିଅଭୟାରଣ୍ୟ ନିକଟସ୍ଥ ଛତାବର ପଂଚାୟତ କନ୍ଦଳେଇ ଆଦିବାସୀ ପଲ୍ଲୀର ବିପନ୍ନ ମାନଙ୍କ ନିକଟରେ ପହଂଚିଛି ନୂଆଦିଲ୍ଲୀର ଏକ ସାମାଜିକ ସଂଗଠନ ଆଶ୍ରା ଆଶ୍ରା ପକ୍ଷରୁ ପୀଡିତ ସମସ୍ତ ପରିବାର ଙ୍କ ପାଇଁ ଗାମୁଛା ,ମହମବତୀ,ଲାଇଟର,ମଶାଧୂପ,ଈମେର୍ଜେନ୍ସି ଲାଇଟ , ଆବଶ୍ୟକୀୟ ପୋଷାକ ମାନ ବିତରଣ କରାଯାଇଥିଲା ମହିଳା ମାନଙ୍କ ପାଇଁ ଶାଢ଼ୀ ପୁରୁଷ ମାନଙ୍କ ପାଇଁ ଆବଶ୍ୟକୀୟ ଲୁଗାପଟା ବଣ୍ଟା ଯାଇଥିଲା।ସାମାଜିକ କର୍ମୀ ସୁଶାନ୍ତ ସାହୁ,ଙ୍କ ତତ୍ୱାବଧାନ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା,ତ୍ରିଲୋଚନ ବେଉରା,ପ୍ରଦୀପ ରଞ୍ଜନ ରାଉତ,ସ୍ଥାନୀୟ ବିଦ୍ୟାଳୟ ପ୍ରଧାନଶିକ୍ଷକ  ପବିତ୍ର ମୋହନ ନାୟକ ପ୍ରମୁଖ ସହଯୋଗ କରିଥିଲେ ଆଶ୍ରା ଏଭଳି କାର୍ଯ୍ୟକୁ ସ୍ଥାନୀୟ ସରପଞ୍ଚ ମନସ୍ବିନୀ ମିଶ୍ର ଡେଂଗ ସାଧୁବାଦ ଜଣାଇଥିଲେ

01/06/2019

Leave a Reply

Your email address will not be published. Required fields are marked *

Comments