Bikash Khabar
ଦୁର୍ଗମ ଅଞ୍ଚଳରେ କିଶୋରୀ ମାନଙ୍କୁ ପ୍ରଶିକ୍ଷଣ ଦେଲା ସାମାଜିକ ସଂଗଠନ

କନ୍ଧମାଳ ଜିଲ୍ଲାର ଦୁର୍ଗମ ବାଲନ୍ଦାପଡା, ଲୁଇସିଙ୍ଗି, କୁଏରମାଣ୍ଡୁ ପାହିରାଜୁ ଅଂଚଳର ୪୦ ଜଣ କିଶୋରୀ ବାଳିକାଙ୍କୁ ନେଇ ଦିନିଆ ଜୀବନ କୈାଶଳ ଶିକ୍ଷା ସମ୍ବନ୍ଧୀୟ ତାଲିମ୍ ଆୟୋଜିତ ହୋଇଯାଇଅଛି. ସ୍ୱେଚ୍ଛାସେବୀ ସଂଗଠନ  ସ୍ୱାତୀ କ୍ରାଏ, କୋଲକାତାଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମରେ ଶିଶୁ ମାନଙ୍କର ଅଧିକାର, ପ୍ରଜନନ ସ୍ୱାସ୍ଥ୍ୟ, ପୁଷ୍ଟି ଶିକ୍ଷା, ଫଳପ୍ରଦ ଯୋଗାଯୋଗ, ଆବେଗ ଜନିତ ଶିକ୍ଷା, ହିଂସା ଏହାର ପ୍ରକାର ଭେଦ ଆଦି  ବିଷୟକୁ ଗୁରୁତ୍ୱ ଦେଇ କିଶୋରୀ ମାନେ ଆଗାମୀ ଦିନରେ କିପରି ସୁସଂଗଠିତ ହୋଇ ବାଲ୍ୟ ବିବାହ ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକି ପାରିବେ ସେ ବାବଦରେ ଶିକ୍ଷା ପ୍ରଦାନ କରାଯାଇଥିଲା ତାଲିମର ଅନ୍ତିମ ଦିବସରେ ଫିରିଙ୍ଗିଆ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ମଞ୍ଜୁଳା ପ୍ରଧାନ ଯୋଗଦେଇ ଜୀବନ କୈାଶଳ ଶିକ୍ଷା ମାଧ୍ୟମରେ କିଶୋରୀମାନେ ସଚେତନ ହୋଇ ଅଙ୍ଗନୱାଡି କେନ୍ଦ୍ରକୁ ଆସୁଥିବା ବିଭିନ୍ନ ସୁବିଧା ସୁଯୋଗକୁ କିଭଳି ଗ୍ରହଣ କରିପାରିବେ ତା ଉପରେ ଗୁରୁତ୍ୱ ଦେଇଥିଲେ. ତତ୍ ସହିତ ପ୍ରତି ସପ୍ତାହର ଶନିବାର ଅଙ୍ଗନୱାଡି କେନ୍ଦ୍ରରେ ଆୟୋଜିତ ହେଉଥିବା କିଶୋରୀ ସ୍ୱାସ୍ଥ୍ୟ ଦିବସରେ ଅଧିକରୁ ଅଧିକ ଯୋଗଦାନ କରି ସ୍ୱାସ୍ଥ୍ୟ ସମ୍ପର୍କୀତ ଶିକ୍ଷା ଗ୍ରହଣ କରିବା ସହିତ ରକ୍ତହୀନତା ଦୂର କରିବା ପାଇଁ ଲୈାହ ବଟିକା ନିୟମିତ ସେବନ ନିମନ୍ତେ ଆହ୍ୱାନ ଦେଇଥିଲେ ବନ୍ଧଗଡ ସେକ୍ଟରର ସୁପରଭାଇଜର ଶ୍ରୀମତି ସଜିତା ସାହୁ ଯୋଗଦେଇ କୋରୋନା ସମୟରେ ସରକାରଙ୍କର ନିୟମକୁ ମାନି ସାମାଜିକ ଦୂରତା, ମାସ୍କ ବ୍ୟବହାର ବାରମ୍ବାର ହାତ ଧୋଇବା ସହିତ ସମସ୍ତ ପ୍ରକାରର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ସ୍ୱାତୀର ସମ୍ପାଦକ ଇଂ ହରିଶଙ୍କର ରାଉତ ଉପସ୍ଥିତ ରହି ତାଲିମାର୍ଥୀ ମାନଙ୍କୁ ଜୀବନରେ ବିଭିନ୍ନ ସମୟରେ ଆସୁଥିବା ସଙ୍କଟ ମହିଳା ମାନଙ୍କ ଉପରେ ଲଦିଦିଆଯାଉଥିବା ଅଧିକ ଦାୟିତ୍ୱକୁ କିଭଳି ତୁଲାଇବାକୁ ହୁଏ ତାହା ଆଶା କର୍ମୀ ଅଙ୍ଗନୱାଡି କର୍ମୀଙ୍କ ନିକଟରୁ ଶିଖିବା ନିମନ୍ତେ ଉପଦେଶ ଦେଇଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶସ୍ମିତା ବେହେରା, ସରସ୍ୱତୀ ବିନ୍ଧାଣୀ, ପ୍ରଦୀପ କୁମାର ସ୍ୱାଇଁ ବିଶ୍ୱରଞ୍ଜନ କର ତାଲିମ୍ ପ୍ରଦାନ  କରିଥିବା ବେଳେ ନିହାରିକା ବେହେରା ତାଲିମ୍ ପରିଚାଳନା କରିଥିଲେ।

22/10/2020

Leave a Reply

Your email address will not be published. Required fields are marked *

Comments