Bikash Khabar
ନବରଙ୍ଗପୁର ମଡେଲ ଅଙ୍ଗନବାଡ଼ିକୁ ନୀତି ଆୟୋଗର ପ୍ରସଂଶା

ନବରଙ୍ଗପୁର ଅଙ୍ଗନବାଡି କେନ୍ଦ୍ରର କାର୍ଯ୍ୟକୁ କୁ ନୀତି ଆୟୋଗ ପ୍ରଶଂସା କରିଛନ୍ତି ଦେଶର ଆଗାମୀ କୁନି କୁନି ଭବିଷ୍ୟତ ମାନଙ୍କ ପାଇଁ ସ୍ୱାଭାବିକ ବାତାବରଣରେ ଶିକ୍ଷା ପ୍ରଦାନ ଏବଂ ଏକ ସ୍ୱତନ୍ତ୍ର ମଡେଲ୍ ଅଙ୍ଗନୱାଡି ନିର୍ମାଣ କରିବା ନେଇ ନବରଙ୍ଗପୁରକୁ ଶତମୂଖ ପ୍ରଶଂସା କରିଛନ୍ତି ନୀତି ଆୟୋଗ ଏପରିକି ନୀତି ଆୟୋଗ ନିଜ ଅଫିସିଆଲ ଟ୍ୱିଟର ପେଜରେ ଅନୁକୂଳ ମନ୍ତବ୍ୟ ପୋଷ୍ଟ କରିଛନ୍ତି ସୂଚନାଯୋଗ୍ୟ ଯେ ନବରଙ୍ଗପୁରର ଝରିଗାଁ ବ୍ଲକ ଅଧିନରେ ଥିବା ଟ୍ରଟିଗୁଡ଼ା ଠାରେ ନିର୍ମିତ ମଡେଲ ଅଙ୍ଗନୱାଡିକୁ ପ୍ରଶଂସା କରିଛନ୍ତି ନୀତି ଆୟୋଗ ବ୍ଲକ ଉନ୍ନୟନ ଅଧିକାରୀଙ୍କ ନେତୃତ୍ୱରେ ନିର୍ମିତ ହୋଇଛି ଏହି ମଡେଲ ଅଙ୍ଗନୱାଡି ନିର୍ମାଣ ହୋଇଥିବା ଏହି ମଡେଲ ଅଙ୍ଗନୱାଡିର ରୂପରେଖ ଏକ ଟ୍ରେନ୍ ସଦୃଶ୍ୟ ନିର୍ମାଣ କରାଯାଇଛି  ଏହାର  ନାଁ ମଧ୍ୟ ଟ୍ରଟିଗୁଡ଼ା ଏକ୍ସପ୍ରେସ୍ ରଖାଯାଇଥିବା ଦେଖିବାକୁ ମିଳିଛି ଏଭଳି ଏକ ଅଭିନବ ଚିନ୍ତାଧାରାକୁ କାର୍ଯ୍ୟରେ ପରିଣତ କରିବା ହେତୁ ଓଡ଼ିଶାକୁ ପ୍ରଶଂସା କରିଛନ୍ତି ନୀତି ଆୟୋଗ ବଣଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ସୃଜନଶୀଳତାର ପରିଚୟ ଦେଇ ଗଢି ଉଠିଥିବା ଏହି ଅଙ୍ଗନବାଡି କେନ୍ଦ୍ର ଅଞ୍ଚଳବାସୀଙ୍କ ନିକଟରେ ଚର୍ଚାର ପ୍ରସଙ୍ଗ ହୋଇଛି 

31/07/2019

Leave a Reply

Your email address will not be published. Required fields are marked *

Comments