Bikash Khabar
ପାଠ ନ ପଢିଥିଲେ ବି ମିଳିବ ଡ୍ରାଇଭିଂ ଲାଇସେନ୍ସ

ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅଷ୍ଟମ ଶ୍ରେଣୀ ଯାଏଁ ପଢ଼ିଥିବାର ନିୟମ ଥିଲା ଏଣିକି ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ପଡ଼ିବନି। ଅଷ୍ଟମ ଯାଏଁ ନପଢ଼ିଥିଲେ ବି ଜଣେ ଭାରୀ ଯାନ ଚଳାଇବା ପାଇଁ ଆବଶ୍ୟକୀୟ ଲାଇସେନ୍ସ ପାଇବାକୁ ଆବେଦନ କରିପାରିବେ। ଏନେଇ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କେନ୍ଦ୍ରୀୟ ମୋଟର ଯାନ ୧୯୮୯ର ନିୟମ ୮ରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏନେଇ ଖୁବ୍ ଶୀଘ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ ଏହି ନିୟମ ଦ୍ବାରା ସମାଜର ଆର୍ଥିକ ଦୁର୍ବଳ ଶ୍ରେଣୀର ଦକ୍ଷ ଲୋକ ଉପକୃତ ହୋଇପାରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ସୂଚନା ଯୋଗ୍ୟ ଯେ  ହରିୟାଣାର ମେୱାତ ଅଞ୍ଚଳରେ ବହୁ ଲୋକ ଗାଡ଼ି ଚାଳନାରେ ଦକ୍ଷ ଥିଲେ ହେଁ ଶିକ୍ଷାଗତ ଯୋଗ୍ୟତା ନଥିବାରୁ ଡ୍ରାଇଭିଂ ଲାଇସେନ୍ସ ପାଇପାରୁନଥିଲେ ଏହି ସ୍ଥିତି ବାକି ରାଜ୍ୟରେ ବି ଥିବାରୁ ମନ୍ତ୍ରଣାଳୟ ଡ୍ରାଇଭିଂ ଲାଇସେନ୍ସ ପାଇଁ ଶିକ୍ଷାଗତ ଯୋଗ୍ୟତା ମାନଦଣ୍ଡକୁ ହଟାଇବାକୁ ମନ୍ତ୍ରଣାଳୟ  ନିଷ୍ପତ୍ତି ନେଇଛି। ଏହାଦ୍ବାରା ଦେଶର ପରିବହନ ଏବଂ ଲଜିଷ୍ଟିକ୍ କ୍ଷେତ୍ରରେ ୨୨ଲକ୍ଷ ବାହନ ଚାଳକଙ୍କ ନିଅଣ୍ଟକୁ ଭରଣା କରିପାରିବ। ଯାହା ଏହି କ୍ଷେତ୍ରରେ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିପାରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଯଦିଓ ମନ୍ତ୍ରଣାଳୟ ପକ୍ଷରୁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସର୍ତ୍ତକୁ ଉଚ୍ଛେଦ କରାଯାଇଛି। ତେବେ ଡ୍ରାଇଭରଙ୍କ ତାଲିମ୍ ଦକ୍ଷତା କ୍ଷେତ୍ରରେ କୌଣସି ପ୍ରକାରର ସାଲିସ୍କରାଯିବନିବୋଲି କୁହାଯାଇଛି

19/06/2019

Leave a Reply

Your email address will not be published. Required fields are marked *

Comments