Bikash Khabar
ସୁଧୁରିନି ବିଜୁଳି ସ୍ଥିତି

ବାତ୍ୟା ଫୋନିକୁ ବିତିଛି ଦିନ ହେଲେ  ରାଜଧାନୀ ଭୁବନେଶ୍ୱର କଟକ ସହରରେ ବିଜୁଳି ଯୋଗାଣ ସ୍ଥିତିରେ ସୁଧାର ଆସିପାରିନି   ଉଭୟ ସହରର କିଛି ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ହୋଇଥିବା ବେଳେ ଆହୁରି ଅନେକ ଅଞ୍ଚଳ ଏବେ ବି ଅନ୍ଧାରରେ ରହିଛି। ଯେଉଁଠି ବିଜୁଳି ପହଞ୍ଚିଛି ସେଇଠି ଅଞ୍ଚଳବାସୀ ଖୁସି ହୋଇଥିବା ବେଳେ ଯେଉଁଠି ବିଦ୍ୟୁତ୍ ସଂଯୋଗ ହୋଇପାରିନି ସେଠାରେ ଲୋକଙ୍କ  ମନରେ କ୍ରୋଧ ସୃଷ୍ଟି ହୋଇଛି ଶୁକ୍ରବାର ଗ୍ୟାରେଜ ଛକ ଶ୍ରୀରାମ ନଗର ଛକ ନିକଟରେ ସ୍ଥାନୀୟ ଅଧିବାସୀ ସଡକ ଅବରୋଧ କରି ବିଜୁଳି ସଂଯୋଗ ବିଳମ୍ବ ପ୍ରତିବାଦ କରିଥିଲେ ରାଜଧାନୀର କେତେକ ଅଞ୍ଚଳରେ ବୁଧବାର ଠାରୁ ବିଜୁଳି ସଂଯୋଗ ଦିଆଯାଇଛି ବିଜୁଳି ଆସିବା ପରେ ଗରମରେ ଆଉଟୁ ପାଉଟୁ ହେଉଥିବା ଲୋକେ ସାମାନ୍ୟ ଆଶ୍ୱସ୍ତ ପାଇଛନ୍ତି।  ୪୦ ପ୍ରତିଶତ ରୁ ଅଧିକ ରାଜଧାନୀବାସୀ  ଏବେ ବି ଗରମରେ ସନ୍ତୁଳି ହେଉଛନ୍ତି। ଭୁବନେଶ୍ୱରର କଟକ ରୋଡ୍, ବୁଦ୍ଧେଶ୍ୱରୀ, ଚିନ୍ତାମଣିଶ୍ୱର, ଲକ୍ଷ୍ମୀସାଗର, ରସୁଲଗଡ଼, ଯୁନିଟ ଯୁନିଟ , ୟୁନିଟ୍-୨ର କିଛି ଅଞ୍ଚଳ ପ୍ରଶାନ୍ତିବିହାର,ପୋଖରୀପୁଟ ,ଡିଜିପି କଲୋନୀରେ ବିଦ୍ୟୁତ୍ସେବା ଯୋଗାଇ ଦିଆଯାଇଛି। ସେହିପରି କଟକ ସହରର ସିଡିଏ, ବାଦାମବାଡ଼ି, ଏଲ୍ଆଇସି କଲୋନୀ, ବିଡ଼ାନାସୀ ପିଠାପୁରର କିଛି ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ହୋଇଥିବା ବେଳେ ଅନେକ ଅଞ୍ଚଳରେ ଏବେ ବି ଅନ୍ଧାରରେ ରହିଛି। କଟକ ସହରରେ ଶତ ପ୍ରତିଶତ ବିଜୁଳି ସେବା ଯୋଗାଇ ଦିଆଯାଇଥିବା ନେଇ ରାଜ୍ୟ ସରକାର ଦମ୍ଭୋକ୍ତି ଦେଖାଇଥିଲେ ମଧ୍ୟ ବାସ୍ତବ ସ୍ଥିତି ଭିନ୍ନ। ଏବେ ବି ଅନେକ ଅଞ୍ଚଳରେ ବିଜୁଳି ନାହିଁ। ଏମିତିକି କିଛି ସ୍ଥାନରେ ମରାମତି କାମ ଏଯାଏ ଆରମ୍ଭ ହୋଇନି।ସରକାରୀ ତଥ୍ୟ ଅନୁସାରେ, ଭୁବନେଶ୍ୱର ସହରରେ ୧ଲକ୍ଷ ୩୧ ହଜାର ଉପଭୋକ୍ତଙ୍କୁ ବିଜୁଳି ଯୋଗାଇ ଦିଆଯାଇଛି। ତେବେ ସମୁଦାୟ ସାଢ଼େ ୪ଲକ୍ଷ ଉପଭୋକ୍ତାଙ୍କ ମଧ୍ୟରୁ ଅନ୍ୟମାନେ ଏବେ ବି ଅନ୍ଧାରରେ ରହିଛନ୍ତି।ଗୁରୁବାର ଦିନ ସୂଚନା ଲୋକସମ୍ପର୍କ ସଚିବ ୧୨ ତାରିଖ ସୁଦ୍ଧା ସମଗ୍ର ଭୁବନେଶ୍ୱର ରେ ବିଜୁଳି ସଂଯୋଗ କାମ ପୁରା ହେବ ବୋଲି କହିଥିବା ବେଳେ ଶୁକ୍ରବାର ଶକ୍ତି ସଚିବ ଏଥିରୁ ଦୁରେଇ ଯାଇଛନ୍ତି ଶକ୍ତି ସଚିବ ୯୦ ପ୍ରତିଶତ ବିଜୁଳି ଯୋଗାଣ ସମ୍ଭବ ହେବ ବୋଲି କହିଛନ୍ତି ଅସହ୍ୟ ଗୁଳୁଗୁଳି ପାଣି ସମସ୍ୟା ସହିତ ବିଜୁଳି ଯାତନା ରାଜଧାନୀବାସୀଙ୍କ ନିଦ ଛଡାଇନେଇଛି

10/05/2019

Leave a Reply

Your email address will not be published. Required fields are marked *

Comments