Bikash Khabar
ପୁଣି ଭାରରେ ବୁହାହୋଇ ଗଲେ ଗର୍ଭବତୀ

କୋରାପୁଟ ଜିଲାରେ ଜନନୀ ଯନ୍ତ୍ରଣା କମିବାର ନାଁ ନେଉନାହିଁ ନବୀନ ଙ୍କ ସରକାର ମହିଳା ବିକାଶ ପାଇଁ ସ୍ୱାସ୍ଥ୍ୟ ସେବା ପାଇଁ ପ୍ରତିଶ୍ରୁତି ବଦ୍ଧ  ବୋଲି ନେତା ମାନେ ଗଳାଫଟାଇ ଭାଷଣ ଦେଉଥିବା ବେଳେ ଅସଲ ଚିତ୍ର ଓଲଟା ଥିବା ସାମ୍ନା କୁ ଆସିଛି ଜିଲାର ଦଶମନ୍ତପୁର,ଲକ୍ଷ୍ମୀପୁର, ବନ୍ଧୁଗାଁ ଅଂଚଳର ଗର୍ଭବତୀ ମହିଳା ମାନଙ୍କ ଦୁର୍ଦଶା ଚିତ୍ର ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଥିଲେ ସୁଦ୍ଧା ପ୍ରଶାସନ ନିଦ ଭଂଗୁନାହିଁ ନିକଟରେ ପୁଣି ଏକ ସମାନ ଦୃଶ୍ୟ ଦେଖିବାକୁ ମିଳିଛି ଲକ୍ଷ୍ମୀପୁର ବ୍ଲକ ପିପଳପଦର ପଞ୍ଚାୟତ ଅନ୍ତର୍ଗତ ବାଘମାରି ଗାଁର ଜଣେ ଗର୍ଭବତୀଙ୍କୁ ଭାରରେ ବୁହା ହୋଇ ନଦୀପାର କରି ଡାକ୍ତରଖାନା ନିଆଯାଇଛି ସୂଚନାମୁତାବକ, ଲକ୍ଷ୍ମୀପୁର ବ୍ଲକ ସଦର ମହକୁମା ଠାରୁ ୧୨ କିଲୋମିଟର ଦୂରରେ ବାଘମାରି ଗାଁ ଗାଁ ମୁଣ୍ଡରେ ଏକ ପାହାଡିଆ ନଦୀ ରହିଛି ତେବେ ନଦୀରେ ପୋଲ ଖଣ୍ଡେ ଏଯାଏଁ ହୋଇପାରିନାହିଁ ତେଣୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଗାଡି ଗାଁ ନିକଟକୁ ଯାଇପାରେ ନାହିଁ ଜରୁରୀ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟିହେଲେ ଲୋକେ ରୋଗୀକୁ ବିପଦ ଜଣକ ନଦୀ ପାର କରାଇବାକୁ ବାଧ୍ୟ ହୋଇଥାନ୍ତି ଏପରି ରବିବାର ଜଣେ ଗର୍ଭବତୀ ମହିଳାଙ୍କୁ ଲକ୍ଷ୍ମୀପୁର ଡାକ୍ତରଖାନାକୁ  କିଲୋମିଟର ବାଟ ଭାରରେ ବୋହି ନେବା ପରେ  ହିଁ ଆମ୍ବୁଲାନ୍ସର ସୁବିଧା ମିଳିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ତେବେ ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲଥିବା ସୂଚନା ମିଳିଛି

22/04/2019

Leave a Reply

Your email address will not be published. Required fields are marked *

Comments