Bikash Khabar
ରାତିରେ ଉଚ୍ଚ ଅଟ୍ଟାଳିକା ନିର୍ମାଣ ଉପରେ ଲାଗିଲା ରୋକ

ରାଜଧାନୀ ଏବଂ ଏହାର ଉପକଣ୍ଠରେ କୌଣସି ଉଚ୍ଚ ଅଟ୍ଟାଳିକା କି ଗୃହ ପ୍ରକଳ୍ପ ନିର୍ମାଣ କରିବାକୁ ଚାହୁଥିବା ବ୍ୟକ୍ତି କିମ୍ବ ସଂସ୍ଥାଙ୍କୁ ଏଣିକି କଠୋର ନିୟମ ପାଳନ କରିବାକୁ ପଡ଼ିବ। ଘର କିପରି ନିର୍ମାଣ ହେବ ଏବଂ କରିବାକୁ ହେବ ସେନେଇ ଆଜି ବିଡିଏ ପକ୍ଷରୁ ଏକ ନିୟମାବଳି ଜାରି ହୋଇଛି। ବିଡିଏର ପ୍ଲାନିଂ ଏବଂ ବିଲଡିଂ ଷ୍ଟାଣ୍ଡାର୍ଡସ ନିୟମ-୨୦୧୮ର ୧୨ ଅନୁଯାୟୀ ରିଅଲ ଇଷ୍ଟେଟ୍ ସଂସ୍ଥାଗୁଡ଼ିକସେମାନଙ୍କ ପ୍ରକଳ୍ପ ସମ୍ମୁଖରେ ସର୍ବସାଧାରଣଙ୍କ ପାଇଁ ସୂଚନା ଫଳକ ଲଗାଇେବ। ୫୦୦ ବର୍ଗମିଟର (୫୩୮୧ ବର୍ଗଫୁଟ) କିମ୍ବା ଏହାଠାରୁ ଅଧିକ ଅଞ୍ଚଳର ନିର୍ମାଣ ପାଇଁ ବିଡିଏ ପକ୍ଷରୁ ଏହି ନିୟମାବଳି ଜାରି କରାଯାଇଛି।ଏଥିରେ ପ୍ରକଳ୍ପର ନାମ, ବିଲଡର୍ ନାମ, ଠିକଣା, ଫୋନ୍ ନମ୍ବର, ବିଡିଏ/ବିଏମ୍ସିରୁ ମିଳିଥିବା ଅନୁମତି ପତ୍ରର ନମ୍ବର ଏବଂ ତାରିଖ, ପ୍ଲଟ୍ନମ୍ବର, ମୌଜା, ଓରେରା ଦ୍ବାରା ପଞ୍ଜୀକୃତ ହୋଇଥିଲେ ତା ନମ୍ବର ଦେବାକୁ କୁହାଯାଇଛି। ଏହାସହ ବିଲଡର୍ସୂଚନା ଫଳକରେ ଲେଖିବେ ଯେ, ଆମ ପାଖରେ ଅନୁମୋଦିତ ବିଲଡିଂ ପ୍ଲାନ୍ ଅଛି। ପ୍ରସ୍ତାବିତ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଏନ୍ଓସି ବି ଅଛି। ଏହାଛଡ଼ ସେଥିରେ ସେମାନେ ଦର୍ଶାଇବେ ଯେ ସମସ୍ତ କଙ୍କ୍ରିଟ ଆବର୍ଜନା ବିଏମ୍ସି ଦ୍ବାରା ଚିହ୍ନଟ ହୋଇଥିବା ଡମ୍ପିଂୟାର୍ଡରେ ପକାଯାଉଛି। ଏହି ନିୟମାବଳିରେ ମଧ୍ୟ ଆହୁରି ଅନେକ କଟକଣା ରହିଛି। ସେୁଗଡିକ ଯେପରି ଠିକ୍ଭାବେ କାର୍ଯ୍ୟକାରୀ ହେବ ସେ ଦିଗରେ ଦୃଷ୍ଟି ଦେବାକୁ କୁହାଯାଇଛି। ଏହି ନିୟମାବଳିରେ ଦର୍ଶାଯାଇଛି, ନିର୍ମାଣ ଯୋଗୁଁ ସୃଷ୍ଟି ହେଉଥିବା ଧୂଳି ଯେପରି ପନିକଟବର୍ତ୍ତୀ ଅଞ୍ଚଳକୁ ବ୍ୟାପିବ ସେଥିପାଇଁ ନିର୍ମଣାଧୀନ ଅଞ୍ଚଳ ଚାରିକଡ଼େ ପରଦା ଟାଣିବା, ନିର୍ମାଣ ଶ୍ରମିକଙ୍କ ପାଇଁ ବିଶୁଦ୍ଧ ପିଇବା ପାଣି ବ୍ୟବସ୍ଥ କରିବା, ଫାଷ୍ଟ-ଏଡ୍କିଟ୍, ସଫା ଭ୍ରାମ୍ୟମାଣ ଟଏଲେଟ୍, ଭ୍ରାମ୍ୟମାଣ ସ୍ବେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଉପରେ ଗୁରୁତ୍ବ ଆରୋପ କରାଯାଇଛି। ସେହିପରି ନିର୍ମାଣ ଶ୍ରମିକମାନେ ଯେପରି ବାହାରେ ମଳତ୍ୟାଗ କରିବେ ସେଥିପାଇଁ ସେମାନଙ୍କୁ ସଚେତନ କରାଯିବା, ଅଧିକ ଶବ୍ଦ ପ୍ରଦୂଷଣ କି ବାୟୁ ପ୍ରଦୂଷଣ ହେବା ପାଇଁ ପଦକ୍ଷେପ ନିଆଯିବା ଦିଗରେ ଗୁରୁତ୍ବ ଦେବକାକୁ କୁହାଯାଇଛି। ନିର୍ମାଣ ସମୟରେ ବାହାରୁଥିବା ଆବର୍ଜନାକୁ ରାସ୍ତା କି ଡ୍ରେନ୍ରେ ପକାଇ ନିଜ ସାଇଟ୍ରେ ପକାଇବା, ରାତିରେ କୌଣସି ନିର୍ମାଣ କାର୍ଯ୍ୟ କରିବା ପାଇଁ କୁହାଯାଇଛି। ସେହିପରି ଧାର୍ଯ୍ୟ ସମୟ ବିନା ଅନ୍ୟ ସମୟରେ ନିର୍ମାଣ ସାମଗ୍ରୀ ଲୋଡ୍କି ଅନଲୋଡ୍ କରିବା, ରାସ୍ତା ଅବରୋଧ କରି ଗାଡ଼ି ପାର୍କିଂ କରିବା, ନିର୍ମାଣ ଶ୍ରମିକ ଏବଂ ଏଠାରେ କାମ କରୁଥିବା ଲୋକଙ୍କ ସୁରକ୍ଷା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବାକୁ କୁହାଯାଇଛି।

31/01/2020

Leave a Reply

Your email address will not be published. Required fields are marked *

Comments