Bikash Khabar
ପ୍ରଦୂଷିତ ହେଉଛି ରାଜଧାନୀର ବାୟୁ,ସ୍ମାର୍ଟ ସିଟି ଭୁବନେଶ୍ୱର ଟ୍ରାଫିକରେ ନାହିଁ ଏଲ୍ଇଡ଼ି କାଉଣ୍ଟ୍ ଡ଼ାଉନ୍ ଟାଇମର

ଭୁବନେଶ୍ୱର ମହାନଗରକୁ ମିଳିଛି ବିଶ୍ୱ ମାନ୍ୟତା ସ୍ମାର୍ଟ ସିଟି ଭାବେ ଚର୍ଚ୍ଚିତ ଏହି ସହରର ଟ୍ରାଫିକ୍ ପୋଷ୍ଟ ଗୁଡ଼ିକରେ ଏଲ୍ଇଡ଼ି କାଉଣ୍ଟ୍ ଡ଼ାଉନ୍ ଟାଇମର ଭଳି ସାମାନ୍ୟତମ ବ୍ୟବସ୍ଥା ହୋଇନଥିବାରୁ ରାଜଧାନୀ ବାୟୁମଣ୍ଡଳ ଭୟଙ୍କର ଭାବେ ପ୍ରଦୂଷିତ ହେବାରେ ଲାଗିଛି କାଉଣ୍ଟ୍ ଡ଼ାଉନ୍ ଟାଇମର ଯଦି ଖଞ୍ଜା ଯାଇଥାନ୍ତା ତେବେ ରାଜଧାନୀର ଟ୍ରାଫିକ୍ ଚାରିପଟେ  ସବୁଜ ସିଗ୍ନାଲ ଅପେକ୍ଷାରେ ଥିବା ଯାନଗୁଡ଼ିକ ଅଯଥାରେ ଷ୍ଟାର୍ଟ ଅବସ୍ଥାରେ ରହି ବିଷାକ୍ତ ଧୂଆଁରେ ବାୟୁମଣ୍ଡଳକୁ ପ୍ରଦୂଷିତ କରୁନଥାନ୍ତା ବୋଲି ପ୍ରତିକ୍ରିୟା ଦେଇଛନ୍ତି ଯୁବ ସମାଜସେବୀ ସୁଶାନ୍ତ କୁମାର ସାହୁ ଶ୍ରୀ ସାହୁ ସୁଚାଇଛନ୍ତି  ଯେ, ରାଜଧାନୀ ଭୁବନେଶ୍ୱରକୁ ସ୍ମାର୍ଟ ସିଟି କୁହାଯାଉଛି କିନ୍ତୁ ବିକାଶ କ୍ଷେତ୍ରରେ ଚିରନ୍ତନତା ବଜାୟ ରଖିବାକୁ ପଦକ୍ଷେପ ନିଆଯାଉ ନାହିଁ ରାଜଧାନୀର ଟ୍ରାଫିକ୍ ଛକଗୁଡ଼ିକରେ ସାମାନ୍ୟ ଏଲ୍ଇଡ଼ି କାଉଣ୍ଟ୍ ଡ଼ାଉନ୍ ଟାଇମର ନାହିଁ ଏହି ବ୍ୟବସ୍ଥା ଟ୍ରାଫିକ୍ ରେ  ଅଟକିଥିବା ଚାଳକ ମାନଙ୍କୁ ଗ୍ରୀନ୍ ସିଗ୍ନାଲର ସମୟ ସଂଖ୍ୟାରେ ସୂଚିତ କରାଇଥାଏ ଫଳରେ ଚାଳକ  ଗ୍ରୀନ୍ ସିଗ୍ନାଲ ମିଳିବା ସମୟ ପାଖେଇ ଆସିବା ଆଲୋକିତ ସଂଖ୍ୟାରୁ ଜାଣି ଗାଡ଼ି ଷ୍ଟାର୍ଟ କରିଥାଏ କିନ୍ତୁ ରାଜଧାନୀରେ ଚାଳକ ମାନେ ସମୟ ନୁହେଁ ବରଂ ଟ୍ରାଫିକ୍ ପୋଲିସ   ହାତ ଗ୍ରୀନ୍ ତୀର ଚିହ୍ନଯୁକ୍ତ ଆଲୋକକୁ ଦେଖି ଗାଡ଼ି ଚାଳନା  କରିବାକୁ ପଡ଼ୁଥିବାରୁ କେତେ ସମୟ ଅଟକିବେ ଜାଣିନପାରି ସମ୍ପୂର୍ଣ୍ଣ ସମୟ ଗାଡ଼ିକୁ ଷ୍ଟାର୍ଟ ଅବସ୍ଥାରେ ରଖିଥାନ୍ତି ଦୈନିକ ଲକ୍ଷାଧିକ ଗାଡ଼ି ରାଜଧାନୀର ଟ୍ରାଫିକ୍ ଗୁଡ଼ିକରେ ଷ୍ଟାର୍ଟ ଅବସ୍ଥାରେ ରହି ବିଷାକ୍ତ କାର୍ବନ ଡ଼ାଇଅକ୍ସାଇଡ଼ ଭଳି ଭୟଙ୍କର ପ୍ରଦୂଷଣ କରୁଥିବା ବେଳେ ସରକାର ଦିଗ ପ୍ରତି ଆଖି ବୁଜି ଦେଇଥିବା ସୁଶାନ୍ତ କହନ୍ତି ଧୂଳି ଧୂଆଁ ଜନିତ ପ୍ରଦୂଷଣକୁ ନେଇ ସରକାର ଗୋଟିଏ ପଟେ ଚିନ୍ତା କରୁଥିବା ବେଳେ ଅନ୍ୟପଟେ ପ୍ରଦୂଷଣ ସୃଷ୍ଟିର କାରଣ ସାଜିଛନ୍ତି ସୂଚନାଯୋଗ୍ୟ ଯେ, ଭାରତରେ ବର୍ଷକୁ ୧୧ଲକ୍ଷ ୯୮ ହଜାର ଲୋକଙ୍କ ମୃତ୍ୟୁ ପ୍ରଦୂଷଣ କାରଣରୁ ହୋଇଥାଏ ଦିନକୁ ହଜାର ୨୮୩ ଜଣ ଭାରତୀୟ ଏଥିରେ ପ୍ରଭାବିତ ହୋଇଥାନ୍ତି ବିଶ୍ୱରେ ସଡ଼କ ଦୁର୍ଘଟଣା, ମ୍ୟାଲେରିଆ ତୁଳନାରେ ପ୍ରଦୂଷଣରେ ଅଧିକ ଜୀବନ ଯାଉଥିବା ଜଣାଯାଇଛି ଟ୍ରାଫିକ୍ ଏଲ୍ଇଡ଼ି କାଉଣ୍ଟ୍ ଡ଼ାଉନ୍ ଟାଇମର ଦ୍ୱାରା ଚାଳକଙ୍କ  ଚଳଚଞ୍ଚଳ, ବିଚଳିତ ମନର ବିରକ୍ତି ଭାବକୁ ନିୟନ୍ତ୍ରିତ କରିବା ସହ ତୈଳ ଅପଚୟକୁ ରୋକିବାରେ ବି ସାହାଯ୍ୟ କରିଥାଏ ବୋଲି ଶ୍ରୀ ସାହୁ କହିଛନ୍ତି ଦିଗ ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ସେ ଅନୁରୋଧ କରିଛନ୍ତି

17/09/2019

Leave a Reply

Your email address will not be published. Required fields are marked *

Comments