Bikash Khabar
୪୪୧ ବାଳିକା ଓ ୧୪୮୫ ବାଳକ ବିଦ୍ୟାଳୟରେ ଶୌଚାଳୟ ନାହିଁ

ରାଜ୍ୟର ସମସ୍ତ ବିଦ୍ୟାଳୟରେ ଶୌଚାଳୟ ବ୍ୟବସ୍ଥା କରିପାରିନାହାନ୍ତି ୨୦ ବର୍ଷ ଧରି ଶାସନରେ ଥିବା ନବୀନ ସରକାର। ଆଉ କେତେ ବର୍ଷ ଶାସନରେ ରହିଲେ ସମସ୍ତ ବିଦ୍ୟାଳୟରେ ସର୍ବନିମ୍ନ ଆବଶ୍ୟକତା ଥିବା ଶୌଚାଳୟ ନିର୍ମାଣ କରାଯାଇପାରିବ ବୋଲି ବିଧାନ ସଭାରେ ବିରୋଧିଦଳର ସଦସ୍ୟ ମାନେ ପ୍ରଶ୍ନ କରିଛନ୍ତି ଶୌଚାଳୟ ଅଭାବରୁ ଛାତ୍ରୀ ମାନେ ଶୌଚ ପାଇଁ କିଭଳି ସ୍ଥିତିର ସାମ୍ନା କରୁଥିବେ ସରକାର ଅନୁଭବ କରିପାରୁନଥିବାରୁ ବିରୋଧୀ ବର୍ଷିଥିଲେ।ବିଭାଗୀୟ ମନ୍ତ୍ରୀ ମାନିଥିଲେ କି  ୨୦୧୭-୧୮ ତଥ୍ୟ ଅନୁସାରେ ରାଜ୍ୟର ୫୪୨୯୮ଟି ସରକାରୀ ସ୍କୁଲ ରହିଛି ସେଥିମଧ୍ୟରୁ ୫୩୭୬୩ ଟି ବିଦ୍ୟାଳୟରେ ବାଳିକା ଶୌଚାଳୟ ୫୨୫୨୧ଟି ବିଦ୍ୟାଳୟରେ ବାଳକ ଶୌଚାଳୟ ରହିଛି ମୋଟ ୪୪୧ଟି ବାଳିକା  ୧୪୮୫ ବାଳକ ବିଦ୍ୟାଳୟରେ ଶୌଚାଳୟ ନାହିଁ ଅନ୍ୟପଟେ ସମସ୍ତ ୫୪୨୯୮ଟି ବିଦ୍ୟାଳୟରେ ପାନୀୟ ଜଳ ବ୍ୟବସ୍ଥା ରହିଛି ସମସ୍ତ ବିଦ୍ୟାଳୟରେ ପାଇଖାନା ତଥା ଉତ୍ତମ ପାନୀୟ ଜଳ ଉପଲବ୍ଧ କରାଇବା ପାଇଁ ସରକାର ପ୍ରତିଶ୍ରୁୁତିବଦ୍ଧ ବୋଲି ସୂଚନା ଦେଇଛନ୍ତି ଭାରପ୍ରାପ୍ତ ମନ୍ତ୍ରୀ କିଛି ବିଦ୍ୟାଳୟରେ ସ୍ଥାୟୀ ପାନୀୟ ଯୋଗାଣ ବ୍ୟବସ୍ଥା ନଥିବାରୁ ସେଠାରେ ମାଠିଆ ଦ୍ୱାରା ପାନୀୟ ଜଳ ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର ଯେଉଁ ସବୁ ସରକାରୀ ବିଦ୍ୟାଳୟରେ ଶୌଚାଳୟ ନିର୍ମାଣ ହୋଇପାରିନାହିଁ, ସେଠାରେ ଅସ୍ଥାୟୀ ଶୌଚାଳୟ ତିଆରି କରାଯାଇଛି ବିଦ୍ୟାଳୟରେ ତୁରନ୍ତ ଶୌଚାଳୟ ପାନୀୟ ଜଳ ବ୍ୟବସ୍ଥା ଯୋଗାଇବା ପାଇଁ ସରକାରଙ୍କ ପକ୍ଷରୁ ପଞ୍ଚାୟତିରାଜ ପାନୀୟ ଜଳ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି

01/08/2019

Leave a Reply

Your email address will not be published. Required fields are marked *

Comments