Bikash Khabar
କେନ୍ଦ୍ର ରେଳମନ୍ତ୍ରୀଙ୍କ ଘୋଷଣା: ଟ୍ରେନ୍ ବିଳମ୍ବ ହେଲେ ପ୍ଲ‌ାଟଫର୍ମରେ କରିବାକୁ ପଡ଼ିବ ନାହିଁ ଅପେକ୍ଷା

 ଶୀତ ଦିନ ଆସିବା ମାତ୍ରେ ଟ୍ରେନ ବିଳମ୍ବ ହେବାକୁ ଲାଗିଥାଏ। ତାପମାତ୍ରା କମିବା ସହ ଘନ କୁହୁଡି ଭିତରେ ଟ୍ରେନ ଚଳାଚଳ ବାଧା ପାଇଥାଏ। ଏମିତି କି କିଛି ଟ୍ରେନକୁ ବାଟରେ ଅଟକିବାକୁ ପଡ଼ିଥାଏ। ଯାହା ପାଇଁ ପ୍ଲାଟଫର୍ମରେ ଠିକ୍ ସମୟରେ ଟ୍ରେନ ପହଞ୍ଚି ପାରୁଥିବାରୁ ଯାତ୍ରୀମାନଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥାଏ। ଏଥିପାଇଁ ଯାତ୍ରୀମାନଙ୍କ ସହ ରେଳବାଇକୁ ମଧ୍ୟ ଅନେକ କ୍ଷତି ସହିବାକୁ ପଡ଼ିଥାଏ। ହେଉଥିବା ଏଭଳି ସମସ୍ୟାକୁ ଆଖି ଗରେ ରଖି ରେଳ ମନ୍ତ୍ରାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି। ଯାତ୍ରୀମାନଙ୍କୁ ରିୟଲ ଟାଇମ୍ ଅପଡେଟ୍ ଦେବା ପାଇଁ ରେଳ ମନ୍ତ୍ରାଳୟ ନିର୍ଣ୍ଣୟ ନେଇଥିବା ବେଳେ ଏହି ସୁବିଧା ଉପଲବ୍ଧ ହେବା ଦ୍ବାରା ଯାତ୍ରୀମାନେ ଅଧିକ ଉପକୃତ ହେବ ବୋଲି ଆଶା କରାଯାଉଛି।ରେଳମନ୍ତ୍ରୀ ପିୟୁଷ ଗୋୟଲ ଏକ ଭିଡିଓ ଟୁଇଟ୍ କରିଛନ୍ତି। ଯେଉଁଥିରେ ରିୟଲ ଟାଇମ୍ ଅପଡେଟ୍ ମେସେଜ୍ ଉପରେ ବିସ୍ତୃତ ବିବରଣୀ ଦିଆଯାଇଛି। ଭିଡିଓରେ କୁହାଯାଇଛି କି, ଟ୍ରେନ ନିଶ୍ଚିତ ସମୟରୁ ଅଧିକ ବିଳମ୍ବ ହେଲେ ଯାତ୍ରୀମାନଙ୍କ ଫୋନକୁ ମେସେଜ ପଠାଇ ଦିଆଯିବ। ଯାହାଦ୍ବାରା ସେମାନଙ୍କୁ ଶୀତ ରାତିରେ ପ୍ଲାଟଫର୍ମରେ ବସିବାକୁ ପଡ଼ିବ ନାହିଁ। ଟ୍ରେନ ଆସିବା ବିଳମ୍ବ ହେଲେ ଟ୍ରେନର ଲୋକେସନ ପ୍ଲାଟଫର୍ମରେ ପହଞ୍ଚିବାର ସମ୍ଭାବିତ ସମୟ ଯାତ୍ରୀଙ୍କ ଫୋନକୁ ପଠାଇ ଦିଆଯିବ। ରାତି ୧୧ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ପାଟ୍ରୋଲିଂ ଟିମକୁ ମୁତୟନ କରାଯିବା ସହ ଦୁର୍ଘଟଣାକୁ ରୋକିବା ପାଇଁ ଟ୍ରେନରେ ଫଗ୍ ସେଫଟି ଡିଭାଇସ୍ ଲଗାଯିବ। ଯାହାଦ୍ବାରା ଲୋକୋ ପାଇଲଟଙ୍କୁ ରେଲୱେ ସିଗନାଲର ସୂଚନା ଅଡିଓ-ଭିଡିଓ ଜରିଆରେ ପହଞ୍ଚିବ। ଏଭଳି ବ୍ୟବସ୍ଥା ଦ୍ବାରା ରେଳ ଯାତ୍ରୀମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି।

 

19/11/2019

Leave a Reply

Your email address will not be published. Required fields are marked *

Comments