Bikash Khabar
ଭାରତ ଦର୍ଶନରେ ଓଡିଶାରେ ଉତ୍ତର ପୂର୍ବାଂଚଳ ପୋଲିସ

 ମେଘାଳୟ,ମଣିପୁର ନାଗାଲାଣ୍ଡ ଆଦି ଉତ୍ତର ପୁର୍ବର ପୋଲିସ ଟିମ ଭାରତ ଦର୍ଶନ କାର୍ଯ୍ୟକ୍ରମ ରେ ଓଡ଼ିଶାରେ ପହଂଚିଛନ୍ତି ଏଥିରେ  ୨୮ ଜଣିଆ ଟିମ୍ ସାମିଲ ଅଛନ୍ତି ଯେଉଁଥିରେ ଅଛନ୍ତି ଡିଏସପି ପ୍ରୋଭିଜିନାରି,୨୩ ଏସଆଇ ଟ୍ରେନି ସହ ୩ଜଣ ଏଏସଆଇ ଟ୍ରେନି।ବିଶେଷ କରି  ପୋଲିସ ଭିତ୍ତିଭୂମି କାର୍ଯ୍ୟ ସମ୍ପର୍କରେ ଜାଣିବା ପାଇଁ ଭାରତ ଦର୍ଶନରେ ବାହାରିଥିବା ଏହି ଟିମ ଓଡିଶାରେ  ତିନିଦିନ ଧରି ରହିବାର କାର୍ଯ୍ୟକ୍ରମ ରହିଛି ଆଇଗଣିଆ ଠାରେ ଥିବା  ବିଜୁ ପଟ୍ଟନାୟକ ଷ୍ଟେଟ ପୋଲିସ ଏକାଡେମୀ ଆତିଥେୟତାରେ  ରହିବ ସହିତ ବିଭନ୍ନ ଜାଗାକୁ ପରିଭ୍ରମଣରେ ଯିବେ ୨୮ ଜଣିଆ ଏହି ଟିମ ସେମାନଙ୍କର  ପ୍ରଥମ ଦିନରେ କମିସନରେଟ କାର୍ଯ୍ୟାଳୟ  ବୁଲିଛନ୍ତି। ଏଥିସହ ପୋଲିସ କମିସନରଙ୍କୁ ଭେଟିବା ସହ ସମ୍ମାନିତ  କରିଛନ୍ତି। ବିଭନ୍ନ ରାଜ୍ୟ ବୁଲି  ପୋଲିସ ପ୍ରଶାସନ କେଉଁଠି କିପରି ଭୂମିକା ଅବଦାନ ଦେଇଛି ତାହା ଅନୁଧ୍ୟାନ ସହିତ ଜ୍ଞାନ ଆହରଣ କରିବା ଏହି କାର୍ଯ୍ୟକ୍ରମର ଅଂଶ ବୋଲି କୁହାଯାଇଛି

18/07/2019

Leave a Reply

Your email address will not be published. Required fields are marked *

Comments