Bikash Khabar
ଗାଁ ରାସ୍ତାରୁ ଉଠୁଛି ଅବରୋଧ

କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବା ପରେ ଆଜିଠାରୁ ଗାଁ ରାସ୍ତାରୁ ବାଉଁଶ ବାଡ ସବୁ ହଟି ଯାଉଛି। ବାହାରୁ ଆସୁଥିବା ଲୋକ କାଳେ କରୋନା ଆକ୍ରାନ୍ତ ହୋଇଥାଇ ପାରନ୍ତି। ତେଣୁ ତାଙ୍କୁ ଗାଁକୁ ପୂରାଇ ନଦେବା ପାଇଁ ଏଭଳି କଟକଣା ସବୁ ଗାଁ ଲୋକମାନେ କରିଥିଲେ। ଆଜକୁ ଏକ ମାସ ହେବ ଜିଲ୍ଲାର ବିଭିନ୍ନ ଗାଁର ଲୋକମା‌ନେ ସେମାନଙ୍କ ଗାଁ ରାସ୍ତାକୁ ବାଉଁଶ ବାନ୍ଧି ଅବରୋଧ କରି ରଖିଛନ୍ତି। ଏଇ ଅବରୋଧ ହଟାଇବା ପାଇଁ ଆଜି ପ୍ରଶାସନ ପକ୍ଷରୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ବେଆଇନ ଭାବେ କେହି ଲୋକ କୌଣସି ଗ୍ରାମ୍ୟ ରାସ୍ତାକୁ ବନ୍ଦ କରିପାରିବ ନାହିଁ। ଏହା ଦ୍ବାରା ଅନ୍ୟ ଲୋକମ‌ାନେ ଯେଭଳି ଭାବେ ଅସୁବିଧାରେ ସମ୍ମୁଖୀନ ନହୁଅନ୍ତି। ପୁଲିସ ପକ୍ଷରୁ ମଧ୍ୟ ଆଜି ଅନେକ ଗାଁରେ ପଶି ଅବରୋଧକୁ ହାଟାଇବାକୁ ଉଦ୍ୟମ କରାଯାଇଛି। ବନ୍ତ ବ୍ଲକ, ଭଦ୍ରକ ବ୍ଲକ ଓ ଅନ୍ୟ କିଛି ବ୍ଲକ ଅଞ୍ଚଳରେ ଏଭଳି ଅବରୋଧ ହଟାଯାଇଛି। କିନ୍ତୁ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ଅଞ୍ଚଳ। ଯେଉଁ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ସେଭଳି ଜୋନ୍‌ରେ ଥିବା ଗାଁ ରାସ୍ତା ସିଲ୍ ରହିବ। ଅବରୋଧ ଅଞ୍ଚଳ ହଟିବା ନେଇ ପ୍ରଶାସନର ଘୋଷଣା ପରେ ଏଇସବୁ ଅଞ୍ଚଳରୁ ଅବରୋଧ ହଟିବ ବୋଲି ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ସୂଚନା ମିଳିଛି।


 

02/05/2020

Leave a Reply

Your email address will not be published. Required fields are marked *

Comments