Bikash Khabar
ସୀମାନ୍ତରେ ମରିଯାଉଛି ଓଡ଼ିଆ ,ଗାଁ ଓଡ଼ିଶା, ଭାଷା ତେଲୁଗୁ

  ମାଲକାନଗିରି ଜିଲ୍ଲାର ସୀମାନ୍ତ ଓଡିଶା ଗ୍ରାମଗୁଡ଼ିକରେ ମାତୃଭାଷା ଓଡ଼ିଆ କ୍ରମଶଃ ମରି ମରି ଯାଉଛି। ଜିଲ୍ଲାର ଗୋଟିଏ ପାର୍ଶ୍ବରେ ଆନ୍ଧ୍ର ସୀମା ଲାଗି ରହିଥିବା ବେଳେ ଅନ୍ୟ ପଟେ ଛତିଶଗଡ଼ ସୀମା ଲାଗି ରହିଛି। ଓଡ଼ିଶା ତଥା ମାଲକାନଗିରି ଜିଲ୍ଲା ସୀମାନ୍ତ ଗ୍ରାମଗୁଡ଼ିକର ଚିତ୍ର ଦେଖିଲେ ଓଡ଼ିଆ ଅପେକ୍ଷା ପଡ଼ୋଶୀ ରାଜ୍ୟର ଭାଷା ବହୁଳ ଭାବେ ବ୍ୟବହାର ହେଉଥିବା ଦେଖାଯାଉଛି। ଓଡ଼ିଶାରେ ରହି ବି ଏହିସବୁ ଗାଁର ଲୋକେ ନିଜ ମାତୃଭାଷା ଓଡ଼ିଆ ଜାଣିପାରୁନାହାନ୍ତି। ଉଦ୍ବେଗର ବିଷୟ ହେଲା, ଏହିସବୁ ଗ୍ରାମର ବିଦ୍ୟାଳୟରେ ପଢୁଥିବା ପିଲାମାନେ ଓଡ଼ିଆ ବଦଳରେ ତେଲୁଗୁ ଏବଂ ଛତିଶଗଡ଼ି ଭାଷା କହୁଥିବା ଦେଖିବାକୁ ମିଳିଛି। ଏଭଳି ଅବସ୍ଥା ଜାରି ରହିଲେ ଆଗାମୀ କିଛି ଦିନ ମଧ୍ୟରେ ଏଠାରେ ଓଡ଼ିଆର ଚିହ୍ନବର୍ଣ୍ଣ ରହିବ ନାହିଁ। ଓଡ଼ିଶାରେ ରହିଥିବା ଏହି ଗ୍ରାମଗୁଡ଼ିକରେ ପଡ଼ୋଶୀ ରାଜ୍ୟର ପ୍ରଭାବ ଅଧିକ ରହୁଥିବାବେଳେ ସେମାନେ ଓଡ଼ିଶା ସରକାରଙ୍କ ଅବହେଳାର ଶିକାର ମଧ୍ୟ ହେଉଛନ୍ତି। ଉଦାହରଣ ସ୍ବରୂପ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରାଲେଗଡ଼ା ପଞ୍ଚାୟତର ନେରଡୁପାଲ୍ଲୀ ଗାଁ। ଏହି ଗ୍ରାମଟି ସୀମାନ୍ତ ଆନ୍ଧ୍ରକୁ ଲାଗି ରହିଛି। ଗ୍ରାମରେ ମୋଟ ୫୦ଟି ପରିବାର ବସବାସ କରନ୍ତି। ଗାଁଟି ଓଡ଼ିଶାରେ ରହିଥିଲେ ମଧ୍ୟ ଲୋକେ ତେଲୁଗୁ ଭାଷାରେ କଥାବାର୍ତ୍ତା କରନ୍ତି। ଗ୍ରାମଟି ରାଲଗେଡା ପଞ୍ଚାୟତ ସଦର ମହକୁମାଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ରହିଥିବା ବେଳେ ଚିତ୍ରକୋଣ୍ଡା ବ୍ଲକ ସଦର ମହକୁମାଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥିତ। ଗ୍ରାମରେ ରହିଛି ଓଡିଶା ସରକାରଙ୍କ ତରଫରୁ ଏକ ପ୍ରାଥମିକ ବିଦ୍ୟାଳୟ। ତେବେ ଏହି ସ୍କୁଲରେ ଜଣେ ମାତ୍ର ଶିକ୍ଷକ ଅଛନ୍ତି। ପୂର୍ବରୁ ଜଣେ ଶିକ୍ଷୟିତ୍ରୀ ବୃନ୍ଦାବତୀ ଗାଦବା ନିଯୁକ୍ତି ପାଇଥିଲେ ଏହି ଗ୍ରାମକୁ ସ୍ବାସ୍ଥ୍ୟ ବିଭାଗର କୌଣସି ଅଧିକାରୀ କିମ୍ବା ପ୍ରଶାସନ ତରଫରୁ କୌଣସି ଅଧିକାରୀ ଗଲେ ସେମାନଙ୍କୁ ତେଲୁଗୁ ଭାଷାରେ କଥା ହେବାକୁ ପଡୁଛି। ଫଳରେ ସେମାନେ ବି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମର ଲୋକେ ଓଡ଼ିଆ ଜାଣିଥିଲେ ମଧ୍ୟ ସେମାନେ ତେଲୁଗୁ ଭାଷାରେ କଥା ହେବାକୁ ଭଲ ପାଆନ୍ତି। ପ୍ରଶାସନର କୌଣସି ଅଧିକାରୀ ଗ୍ରାମକୁ ଗଲେ ସାଂଗରେ ଜଣେ ତେଲୁଗୁ ଜାଣିଥିବା ଲୋକଙ୍କୁ ସାଙ୍ଗରେ ଧରି ଯାଇଥାନ୍ତି   ଓଡିଶା ପ୍ରଶାସନ ନିଜ ଅଞ୍ଚଳର ଗ୍ରାମ ଗୁଡିକୁ ତେଲୁଗୁ ଭାଷା ଜାଣିଥିବା ଲୋକଙ୍କ ସହାୟତାରେ ତଦାରଖ କରୁଥିବା ଭଳି ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି

13/10/2019

Leave a Reply

Your email address will not be published. Required fields are marked *

Comments