Bikash Khabar
ଆଜିଠୁ ବିଧାନସଭା ,ପେପର୍‌ଲେସ୍‌ ପାଇଁ ବାଚସ୍ପତି ଙ୍କ ଘୋଷଣା

ବୁଧବାର ଠାରୁ ଆରମ୍ଭ ହେଉଛି  ବିଧାନସଭାର ଶୀତକାଳୀନ ଅଧିବେଶନ। ୩୦ଟି କାର୍ଯ୍ୟ ଦିବସ ଥିବା ଏହି ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ଲମ୍ବା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ପାଖରେ ନାରୀ ନିର୍ଯାତନାଠାରୁ ଆରମ୍ଭ କରି ଆଇନଶୃଙ୍ଖଳା, ଚାଷୀ ସମସ୍ୟା, ଆବାସ କେଳାଙ୍କରୀ ପରି ଅନେକ ପ୍ରସଙ୍ଗ ଥିବା ବେଳେ ରଣନୀତି ପ୍ରସ୍ତୁତ ପାଇଁ  କଂଗ୍ରେସ ବିଜେପି ପ୍ରସ୍ତୁତି ସାରିଛନ୍ତି ସେହିପରି ବୁଧବାର ସକାଳ ୧୦ଟାରେ ବିଜେଡି ବିଜେପି ବିଧାୟକଦଳ ବୈଠକ ଆରମ୍ଭ ହୋଇଥିବା ଜଣାପଡିଛି  ଏପଟେ ଓଡିଶା ବିଧାନସଭାକୁ ପେପରଲେସ୍ କରିବା ପାଇଁ ଆରମ୍ଭ ହୋଇଛି ପ୍ରକିୟା ପ୍ରଥମେ ପ୍ରଶ୍ନ ଉତ୍ତର ଗୁଡିକୁ ନେସନାଲ -ବିଧାନ ଆପ୍ଲିକେସନ ବା ନେଭା ଆପ୍ ମାଧ୍ୟମରେ ଉପଲବଧ ହେବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାୟକମାନେ ଚାହିଁଲେ ଏହି ଆପ୍ ମାଧ୍ୟମରେ ପ୍ରଶ୍ନ ପଚାରି ଅନଲାଇନରେ ଉତ୍ତର ପାଇ ପାରିବେ ତେବେ ଯେଉଁ ବିଧାୟକମାନେ ଏନେଇ ପ୍ରଶିକ୍ଷଣ ନେବାକୁ ଚାହିଁବେ ସେମାନଙ୍କୁ ଏହି ସୁଯୋଗ ଦିଆଯିବ ବୋଲି କହିଛନ୍ତି ବାଚସ୍ପତି ତାସହ ବିଧାନସଭାକୁ ସମ୍ପୂର୍ଣ୍ଣ ଓ୍ୱାଇଫାଇ କରାଯିବ। ସେପଟେ ବିଧାନସଭା ଅଧିବେଶନ ପୂର୍ବରୁ ଆଜି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ପୋଲିସ ଡିଜି ବି.କେ. ଶର୍ମା।

13/11/2019

Leave a Reply

Your email address will not be published. Required fields are marked *

Comments