Bikash Khabar
ବିଧାନସଭା ହେବ କାଗଜମୁକ୍ତ-କେନ୍ଦ୍ର ଦେବ ୬୦ ପ୍ରତିଶତ ସହାୟତା

ଓଡିଶା ବିଧାନସଭା ହେବ କାଗଜମୁକ୍ତ ବିନା କାଗଜରେ ଏଠାରେ ସବୁ କାର୍ଯ୍ୟ ହେବ କାଗଜର ବ୍ୟବହାର ଆଦୌ ହେବନାହିଁ କାଗଜ ବଦଳରେ ଅନଲାଇନରେ ସବୁ କାମ ହେବ   ବିଧାନସଭା କୁ ଏଭଳି ଡିଜିଟାଇଜେସନ କରାଯିବ ବୋଲି ସୂଚନା ଦେଇଛନ୍ତି ସ୍ୱୟଂ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବର୍ତ୍ତମାନ  ହିମାଚଳ ପ୍ରଦେଶର ଶିମଲା ପଂଜାବର ଚଣ୍ଡୀଗଡ଼ ବିଧାନସଭାରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି ଓଡ଼ିଶାରେ ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ରାଜ୍ୟ ସରକାରଙ୍କ ଏକ ଟିମ ଏହି ଦୁଇ ରାଜ୍ୟକୁ ଯାଇ ଅନୁଧ୍ୟାନ କରିବା ସହିତ ସମ୍ପର୍କିତ ଏକ  ପ୍ରାଥମିକ ରିପୋର୍ଟ ଦେବେ ରିପୋର୍ଟର ତର୍ଜମା କରିବା ପରେ ଏହା କାର୍ଯ୍ୟକାରୀ ହେବ ଦିଗରେ ଏକ ପ୍ରକାର ନୀତିଗତ ନିଷ୍ପତ୍ତି ହୋଇ ସାରିଛି ମୁଖ୍ୟ ଶାସନ ସଚିବ ବାଚସ୍ପତିଙ୍କ ଅନୁମୋଦନ ପରେ ଏହା କାର୍ଯ୍ୟ କରିବ। ଏନେଇ ଆବଶ୍ୟକ ପାଣ୍ଠି ଉଭୟ କେନ୍ଦ୍ରର ରାଜ୍ୟ ସରକାର ବହନ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ - ବିଧାନ ନାମରେ ଏକ ଯୋଜନା ଆରମ୍ଭ କରିଛନ୍ତି ସେହି ଯୋଜନାରେ ଓଡିଶା ସାମିଲ ହେବ ଯୋଜନା ବାବଦକୁ କେନ୍ଦ୍ର ୬୦  ରାଜ୍ୟ ୪୦  ପ୍ରତିଶତ ଅର୍ଥ ବହନ କରିବେ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର 

15/06/2019

Leave a Reply

Your email address will not be published. Required fields are marked *

Comments