Bikash Khabar
ଷ୍ଟିଲ୍ ହବ୍ ହେବ ଓଡିଶା,ନଡ଼ିଆ କତା ଶିଳ୍ପ ପାଇବ ଗୁରୁତ୍ବ

ଇସ୍ପାତ ଉତ୍ପାଦନରେ ଭାରତ ବିଶ୍ୱରେ  ଦ୍ବିତୀୟ ଓଡ଼ିଶା ମଧ୍ୟ ଇସ୍ପାତ ଶିଳ୍ପର ପେଣ୍ଠସ୍ଥଳୀ। ଆଗାମୀ ଦିନରେ ବିଶ୍ବର ଇସ୍ପାତ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ପ୍ରମୁଖ ଭୂମିକା ନେଇପାରିବ। ଓଡ଼ିଶାକୁ ଷ୍ଟିଲ୍ହବ୍ରେ ପରିଣତ କରାଯିବ ବୋଲି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ରାଜ୍ୟର ଯୁବପିଢ଼ିଙ୍କ ନିକଟରେ  ଏହି ସମ୍ଭାବନାର ସୁଯୋଗ ଉପଲବ୍ଧ କରାଇବା ସହ ଇସ୍ପାତ କ୍ଷେତ୍ରରେ ଆନୁଷଙ୍ଗିକ ଶିଳ୍ପର ବଡ଼ ହବ୍ ଭାବେ ଓଡ଼ିଶାକୁ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ସହ ମିଳିତ ଉଦ୍ୟମ କରାଯିବବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିବା ଦୁଇ ଓଡ଼ିଆ ଧର୍ମେନ୍ଦ୍ର ପ୍ରଧାନ ପ୍ରତାପ ଷଡ଼ଙ୍ଗୀ ଶନିବାର  ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରୀ ପ୍ରଧାନ ତାଙ୍କ ପୁରୁଣା ବିଭାଗ ପେଟ୍ରୋଲିୟମ୍ ପ୍ରାକୃତିକ ଗ୍ୟାସ ଦାୟିତ୍ବରେ ରହିବା ସହ ପ୍ରଥମ କରି ଇସ୍ପାତ ମନ୍ତ୍ରଣାଳୟ ଦାୟିତ୍ବ ପାଇଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଇସ୍ପାତ ଶିଳ୍ପର ବିକାଶ ନେଇ ଶ୍ରୀ ପ୍ରଧାନଙ୍କ ଘୋଷଣା ବେଶ୍ଗୁରୁତ୍ବ ବହନ କରୁଛି। ଏହା ସହ ଫନିଯୋଗୁ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା ବେଳେ ଏହି ଶିଳ୍ପର ବିକାଶ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା ନେଇ ପ୍ରଧାନମନ୍ତ୍ରୀ ଅର୍ଥ ମନ୍ତ୍ରୀଙ୍କ ସହ ନିର୍ଦ୍ଦିଷ୍ଟ ଭାବେ ଆଲୋଚନା କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।  ଫନିପ୍ରଭାବିତ କ୍ଷୁଦ୍ର ମଧ୍ୟମ ଶିଳ୍ପଗୁଡ଼ିକର ପୁନରୁଦ୍ଧାର କରାଯିବା ସହ ପୁରୀରେ ନଡ଼ିଆ କତା ଶିଳ୍ପକୁ ବିଶେଷ  ଗୁରୁତ୍ବ ଦିଆଯିବ ବୋଲି ଏମ୍ଏସ୍ଏମ୍ ରାଷ୍ଟ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି।

09/06/2019

Leave a Reply

Your email address will not be published. Required fields are marked *

Comments