Bikash Khabar
ଓଡ଼ିଶାକୁ ବିଶ୍ୱସ୍ତରୀୟ କୁଶଳୀ ଶ୍ରମଶକ୍ତିର କେନ୍ଦ୍ର ଭାବେ ପରିଣତ କରାଯିବ : ମୁଖ୍ୟମନ୍ତ୍ରୀ

 ଉନ୍ନତ ଜ୍ଞାନକୌଶଳ ବିନିଯୋଗ କରି ଓଡ଼ିଶାକୁ ବିଶ୍ୱସ୍ତରୀୟ କୁଶଳୀ ଶ୍ରମଶକ୍ତିର କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି   ରାଜ୍ୟ ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୋମବାର  ଭୁବନେଶ୍ୱରସ୍ଥିତ ଖାରବେଳ ଭବନରେ ଅନୁଷ୍ଠିତ ଏକ ଉତ୍ସବରେ ମୁଖ୍ୟମନ୍ତ୍ରୀ ସେ ଏହା କହିଛନ୍ତି। ରାଜ୍ୟର ଯୁବକମାନଙ୍କୁ ଦକ୍ଷ କୁଶଳ କରିବା ସହିତ ରୋଜଗାରକ୍ଷମ କରିବା ପାଇଁ ରାଜ୍ୟ ସରକାର ୩ଟି ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଟାଟା ଷ୍ଟ୍ରାଇଭ ସହ ୨ଟି ଟେକ୍ମହିନ୍ଦ୍ରା ସହ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି। ଟାଟା ଷ୍ଟ୍ରାଇଭ୍ ଡିଟିଇଟି ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ରରେ ଆଇଟିଆଇ ଛାତ୍ରଙ୍କ ଦକ୍ଷତା ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ବାରା ଥିରେ ୪୯ଟି ସରକାରୀ ଆଇଟିଆଇର ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ସେହିପରି ଟେକ୍ମହିନ୍ଦ୍ରା ବିପିୟୁଟି ଏବଂ ସିଇଟି ମଧ୍ୟରେ ହୋଇଥିବା ବୁଝାମଣାପତ୍ରରେ ସିଇଟିରେ କୃତ୍ରିମ ବୁଦ୍ଧିମତ୍ତା ଉତ୍କର୍ଷ କେନ୍ଦ୍ର ହେବ।

05/11/2019

Leave a Reply

Your email address will not be published. Required fields are marked *

Comments