Bikash Khabar
ହସ୍ତ ଶିଳ୍ପ କ୍ଷେତ୍ରରେ ଓଡିଶା ପ୍ରସଂଶିତ ,୨୦୧୭ ରେ ମିଳିଛି ସର୍ବାଧିକ ପୁରସ୍କାର

 ୨୦୧୭ ମସିହା ପାଇଁ ଓଡ଼ିଶାର ହସ୍ତଶିଳ୍ପୀ ରାଷ୍ଟ୍ରୀୟ ପୁରସ୍କାର ଜଣ ରାଷ୍ଟ୍ରୀୟ ମେରିଟ୍ସାର୍ଟିଫିକେଟ୍ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଗୋଟିଏ ବର୍ଷରେ ଓଡ଼ିଶାରୁ ଶିଳ୍ପୀ ଜାତୀୟସ୍ତରୀୟ ପୁରସ୍କାର ପାଇଁ ମନୋନୀତ ହେବା ବିଗତ ୨୫ ବର୍ଷ ମଧ୍ୟରେ ସର୍ବାଧିକ ବୋଲି ରାଜ୍ୟ ହସ୍ତତନ୍ତ ବୟନ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପଦ୍ମିନୀ ଦିଆନ କହିଛନ୍ତି। ଶୁକ୍ରବାର ଜନତା ମଇଦାନରେ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗଦେଇ କୃତୀ ଶିଳ୍ପୀମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ସମ୍ମାନିତ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ୧୯୬୭ରୁ ୨୦୧୭ ପର୍ଯ୍ୟନ୍ତ ଆମ ରାଜ୍ୟର ହସ୍ତଶିଳ୍ପୀମାନେ ସମୁଦାୟ ୧୬୫ଟି ଜାତୀୟ ହସ୍ତଶିଳ୍ପ ପୁରସ୍କାର ଜାତୀୟ ମେରିଟ୍ସାର୍ଟିଫିକେଟ୍ପାଇଛନ୍ତି। ଏହାଛଡ଼ା ଓଡ଼ିଶାରୁ ୧୧ ଶିଳ୍ପଗୁରୁ, ପଦ୍ମଶ୍ରୀ ଜଣେ ପଦ୍ମ ବିଭୂଷଣ ପାଇବାର କୃତିତ୍ୱ ହାସଲ କରିଛନ୍ତି ବୋଲି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀରେ ୧୦୪ ଷ୍ଟଲ୍ନିର୍ମାଣ କରାଯାଇଛି। ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ୫୦ ହସ୍ତଶିଳ୍ପ ମଧ୍ୟରୁ ପ୍ରାୟ ୨୮ ହସ୍ତଶିଳ୍ପକୁ ନେଇ ୨୩ ଜିଲାର କାରିଗରମାନେ ପ୍ରଦର୍ଶନୀରେ ଭାଗ ନେଇଛନ୍ତି। ଉତ୍ସବରେ ହସ୍ତତନ୍ତ, ବୟନ ହସ୍ତଶିଳ୍ପ ବିଭାଗ ସ୍ବତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି, ହସ୍ତଶିଳ୍ପ କୁଟୀର ଶିଳ୍ପ ନିର୍ଦ୍ଦେଶକ, ବି. କେ. ଦାଶ, ବିଭାଗୀୟ ଅତିରିକ୍ତ ସଚିବ ବୃନ୍ଦାବନ ବେହେରା, ବିଭାଗୀୟ ଯୁଗ୍ମ ସଚିବ ଅଞ୍ଜନା ପଣ୍ଡା ଉପସ୍ଥିତ ଥିଲେ।

15/02/2020

Leave a Reply

Your email address will not be published. Required fields are marked *

Comments