Bikash Khabar
ନୀତି ଆୟୋଗ ପୁସ୍ତକରେ ସ୍ଥାନ ପାଇଛି ଓଡିଶାର କୋଭିଡ ପରିଚାଳନା

 ଓଡିଶା ସବୁ ଜିଲ୍ଲାରେ କୋଭିଡ ହସପିଟାଲ ପ୍ରତିଷ୍ଠା କରାଯାଇଥିଲା କୋଭିଡ ହସପିଟାଲ ପ୍ରତିଷ୍ଠା ପାଇଁ ଦୁଇଟି ଘରୋଇ ହସପିଟାଲ ସହ ଏମଓୟୁ ସ୍ୱାକ୍ଷର କରିବାରେ ପ୍ରଥମ ରାଜ୍ୟ ହୋଇଥିଲା ଓଡିଶା ଓଡିଶାର ସଫଳ କୋଭିଡ ପରିଚାଳନା ନୀତି ଆୟୋଗର ପୁସ୍ତକ –‘ମିଟିଗେସନ ଆଣ୍ଡ୍ ମ୍ୟାନେଜମେଂଟ୍ ଅଫ କୋଭିଡ-୧୯ରେ ସ୍ଥାନ ପାଇଛି କୋଭିଡ-୧୯ ମହାମାରୀର ମୁକାବିଲା ନିମନ୍ତେ ରାଜ୍ୟର ନବୀନ ସରକାର କିଭଳି ଆଗୁଆ ପଦକ୍ଷେପ ସବୁ ନେଇଥିଲେ,ତାହା ନୀତି ଆୟୋଗର ପୁସ୍ତକରେ ସ୍ଥାନ ପାଇଛି ଏପ୍ରିଲ ଶେଷ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ ହସପିଟାଲ ପ୍ରତିଷ୍ଠା କରାଯାଇଥିଲା ସ୍ୱାସ୍ଥ୍ୟକର୍ମୀଙ୍କୁ ଆଗୁଆ ବେତନ, ସେମାନଙ୍କୁ ଉଚିତ ସମ୍ମାନ ପ୍ରଦର୍ଶନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଅନୁରୋଧ, କୋଭିଡ ଯୋଦ୍ଧାଙ୍କୁ ଦୁର୍ବ୍ୟବହାର ବିରୋଧରେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଭଳି ପଦକ୍ଷେପ ନୀତି ଆୟୋଗ ପୁସ୍ତକରେ ସ୍ଥାନ ପାଇଛି ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁରେ ପରିବାର ଲୋକଙ୍କୁ ୫୦ ଲକ୍ଷ ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁରେ ୧୫ ଲକ୍ଷ ଟଙ୍କା ଅନୁକଂପାମୂଳକ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା ସହ ଲକ୍ଷ ପ୍ରବାସୀଙ୍କୁ ଫେରାଇ ଆଣିବା, ସେମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଭଳି ପଦକ୍ଷେପ ସଂପର୍କରେ ମଧ୍ୟ ନୀତି ଆୟୋଗ ପୁସ୍ତକରେ ଉଲ୍ଲେଖ ରହିଛି ପଂଚାୟତିରାଜ ବ୍ୟବସ୍ଥାକୁ ସକ୍ରିୟ କରି ସରପଂଚଙ୍କ କ୍ଷମତା ପରିସର ବୃଦ୍ଧି ପାଇଁ ନିଷ୍ପତି ବି ପୁସ୍ତକରେ ସ୍ଥାନ ପାଇଛି

28/11/2020

Leave a Reply

Your email address will not be published. Required fields are marked *

Comments