Bikash Khabar
ନିଯୁକ୍ତି ଓ ବିକାଶର ପରିବେଶ ସୃଷ୍ଟି କରିଛି ଓଡିଶା

ପ୍ରଯୁକ୍ତି  ଏବଂ ସ୍ବଚ୍ଛତା ସହ ଓଡିଶା ଏବେ ଅଗ୍ରସର ହେଉଛି। ବିକାଶ ଏବଂ ଲଗାତାର ଭାବେ ନିଯୁକ୍ତି ସୃଷ୍ଟି ଦିଗରେ ରାଜ୍ୟ ଏକ ଭଲ ପରିବେଶ  ସୃଷ୍ଟି କରିପାରଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କହିଛନ୍ତି। କନ୍ଫେଡେରେଶନ ଅଫ୍ଇଣ୍ଡିଆନ ଇଣ୍ଟଷ୍ଟ୍ରିଜ(ସିଆଇଆଇ) ଏବଂ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପ୍ରଦର୍ଶନୀ ପଡିଆଠାରେ ୨୨ତମ ଏଣ୍ଟରପ୍ରାଇଜ ଓଡ଼ିଶା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭିତ୍ତିଭୂମି ବିକାଶ ଦିଗରେ ବିଭିନ୍ନ କାର୍ଯ୍ୟପନ୍ଥା ରାଜ୍ୟ ସରକାର ଗ୍ରହଣ କରୁଛନ୍ତି। ସ୍କିଲ୍ଓଡ଼ିଶା ପଦକ୍ଷେପ ଦ୍ୱାରା ଯୁବବର୍ଗଙ୍କୁ ନିଯୁକ୍ତି ଉପଯୋଗୀ କରି ଗଢିତୋଳିବା ଲାଗି ଯୋଜନା ହାତକୁ ନିଆଯାଇଛି। ଷ୍ଟାର୍ଟ ଅପ୍ଓଡ଼ିଶା ଉପରେ ଏବେ ଫୋକସ କରାଯାଇଥିବା ବେଳେ ୨୦୨୦ ସୁଦ୍ଧା ୧୫୦ ଷ୍ଟାର୍ଟଅପ୍ସ୍ଥାପନ ଲାଗି ଲକ୍ଷ୍ୟ ରଖାଯାଇଛି। ଖଣିଜ ଏବଂ ଧାତୁ ଉତ୍ପାଦନ ଭିଜନ ଡକ୍ୟୁମେଣ୍ଟ ଉପରେ ମତ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏକ୍ଷେତ୍ରରେ ଅଂଶୀଦାରମାନେ ମିଳିତ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଏହା ହେଲେ ରାଜ୍ୟରେ ଏକ ବିକଶିତ ଔଦ୍ୟୋଗିକ ଭିତ୍ତିଭୂମି ଗଠନ ଦିଗରେ ସହାୟକ ହୋଇପାରିବ।

କାର୍ଯ୍ୟକ୍ରମରେ ଏମ୍ଏସ୍ଏମ୍ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି, ଜାତୀୟ ସ୍ତରରେ ଓଡ଼ିଶାକୁ ଏକ ସ୍ବତନ୍ତ୍ର ସ୍ଥାନରେ ରଖିବା ଲାଗି ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି। ଶାସନ ବ୍ୟବସ୍ଥାରେ ସ୍ବଚ୍ଛତା, କଠିନ ପରିଶ୍ରମ, ଅଭିଜ୍ଞ ଟିମ୍ଏଥିଲାଗି କାର୍ଯ୍ୟ କରୁଛି। ରାଜ୍ୟର ଶିଳ୍ପ ବିକାଶରେ ଯୋଗଦାନ ରଖୁଥିବାରୁ ସେ ଶିଳ୍ପ ଲିଡରଙ୍କୁ ଧନ୍ୟବାଦ ଦେଇଛନ୍ତି। ଏକ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ସହଯୋଗ ଯୋଗାଣ ଧାରା ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ମେକ୍ଇନ ଓଡ଼ିଶା ୨୦୧୮ରେ ଆସିଥିବା ବିଭିନ୍ନ ନିବେଶ ପ୍ରସ୍ତାବ ମଧ୍ୟରୁ ଏବେ ୯୧ଟି କାର୍ଯ୍ୟାନ୍ବୟନର ବିଭିନ୍ନ ସ୍ତରରେ ରହିଛି। ଏହା ଦେଶର ଶିଳ୍ପ ମାନଚିତ୍ରରେ ଓଡିଶାକୁ ଏକ ପ୍ରମୁଖ ସ୍ଥାନକୁ ନେବାରେ ସହାୟକ ହେବ ବୋଲି ଏମ୍ଏସ୍ଏମ୍ ବିଭାଗର କମିଶନର ତଥା ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତି ଓଡିଶାର ଖଣି କ୍ଷେତ୍ରରେ ଉନ୍ନତ ଭିତ୍ତିଭୂମି ଥିବାରୁ ଏହା ଭାରତର ଅଷ୍ଟ୍ରେଲିଆ ହେବାର କ୍ଷମତା ରଖିଥିବା ବେଦାନ୍ତ ଲିମିଟେଡ ସିଇଓ ରାହୁଲ ଶର୍ମା କହିଛନ୍ତି। ଏକ ଦାୟିତ୍ୱଶୀଳ ମାଇନିଂ ଦ୍ୱାରା ଓଡ଼ିଶା ବିକାଶର ଏକ ନୂତନ ଅଧ୍ୟାୟ ଲେଖି ପାରିବ ବୋଲି ଶର୍ମା ମତ ରଖିଛନ୍ତି।

14/11/2019

Leave a Reply

Your email address will not be published. Required fields are marked *

Comments