Bikash Khabar
ମହିଳା ହିଂସାରେ ଦେଶର ଟପ ଟେନ ରେ ଓଡିଶା

 ଓଡ଼ିଶାରେ ସୁରକ୍ଷିତ ନୁହନ୍ତି ମହିଳା। ମହିଳାଙ୍କ ବିରୋଧରେ ହେଉଥିବା ବିଭିନ୍ନ ହିଂସାର ତାଲିକା ଦେଖିଲେ ଦେଶରେ ଟପ୍ ଟେନ୍ରେ ଆସୁଛି ଓଡ଼ିଶା ନ୍ୟାସନାଲ କ୍ରାଇମ ରେକର୍ଡସ୍ ବ୍ୟୁରୋ, ଏନସିଆରବି  ପକ୍ଷରୁ ପ୍ରକାଶିତ କ୍ରାଇମ୍ ଇନ୍ ଇଣ୍ଡିଆ-୨୦୧୭ ତଥ୍ୟରୁ ଏହି ସାଂଘାତିକ କଥା ଜଣାପଡ଼ିଛି। ଏହି ରିପୋର୍ଟ ଅନୁସାରେ ମହିଳାଙ୍କୁ ଯୌନ ନିର୍ଯାତନା ଦେବାରେ ଓଡ଼ିଶା ସାରା ଦେଶରେ ଦ୍ୱିତୀୟ ସ୍ଥାନରେ ରହିବାର ଅପବାଦ ମୁଣ୍ଡାଇଛି।  ୨୦୧୭ରେ ରୁଜୁ ହୋଇଛି ଏପରି ହଜାର ୧୩୪ଟି ମାମଲା ସେହିପରି ଅସଦାଚରଣରେ ହଜାର ୧୩୨ଟି ମାମଲା ସହିତ ଓଡ଼ିଶାର ସ୍ଥାନ ଚତୁର୍ଥ। ୨୦୧୭ରେ ଓଡ଼ିଶାରେ ରୁଜୁ ହୋଇଥିଲା ହଜାର ୭୦ଟି ଦୁଷ୍କର୍ମ ମାମଲା, ଯାହାକି ସାରା ଦେଶରେ ପଞ୍ଚମ ସର୍ବାଧିକ।ପ୍ରତିଦିନ ରୁଜୁ ହୋଇଛି ୬ଟି ଲେଖାଏଁ ଦୁଷ୍କର୍ମ ମାମଲା। ସବୁଠାରୁ ଉଦ୍ବେଗର କଥା ହେଲା, ଏତେ ସତ୍ତ୍ୱେ ଦଣ୍ଡବିଧାନ ହାର ନୈରାଶ୍ୟଜନକ।  ୨୦୧୭ରେ ଏହା ଥିଲା ମାତ୍ର ଦଶମିକ ପ୍ରତିଶତ, ଯାହାକି ସାରା ଦେଶରେ ପଞ୍ଚମ ସର୍ବନିମ୍ନ ୩୭୨ ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ହଜାର ୬୬୯ ମାମଲାରେ ଖସି ଯାଇଛନ୍ତି ଅଭିଯୁକ୍ତ। ସେହିପର ନାରୀ ନିର୍ଯାତନାର ୯୪ ଦଶମିକ ପ୍ରତିଶତ ମାମଲା ପଡ଼ି ରହିଛି।

23/10/2019

Leave a Reply

Your email address will not be published. Required fields are marked *

Comments