Bikash Khabar
ଦୁର୍ନୀତି ମାମଲାରେ ଓଡ଼ିଶା ପଞ୍ଚମ

ଦୁର୍ନୀତି ମାମଲାରେ ଓଡ଼ିଶାର ସ୍ଥାନ ଦେଶରେ ପଞ୍ଚମ। କିନ୍ତୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ରାଜ୍ୟ ଏକ ନମ୍ବର। ଗତବର୍ଷ ରାଜ୍ୟରେ ମୋଟ ୩୫୩ଟି ମାମଲା ରୁଜୁ ହୋଇଥିବା ବେଳେ ସେଥିରୁ ୮୮ଟି ଆୟ ବହିର୍ଭୂତ ସମ୍ପତ୍ତି ମାମଲା ୧୫୧ଟି ଲାଞ୍ଚ ମାମଲା ରହିଛି। ୨୦୧୮ରେ ଓଡ଼ିଶା ଦୁଇ ନମ୍ବରରେ ଥିବା ବେଳେ ୨୦୧୯ରେ ପଞ୍ଚମ ସ୍ଥାନରେ ରହିଛି। କିନ୍ତୁ ଦଣ୍ଡାଦେଶ ହାର ୫୦ ପ୍ରତିଶତ ଛୁଇଁ ପାରିନାହିଁ। ସଦ୍ୟ ପ୍ରକାଶିତ ଜାତୀୟ କ୍ରାଇମ୍ରେକର୍ଡ ବ୍ୟୁରୋ(ଏନ୍ସିଆର୍ବି) ତଥ୍ୟରୁ ଏହା ଜଣାପଡ଼ିଛି। ଏନ୍ସିଆର୍ବି ରିପୋର୍ଟ ଅନୁସାରେ, ୨୦୧୯ରେ ମହାରାଷ୍ଟ୍ରରେ ସର୍ବାଧିକ ୮୯୧ ଦୁର୍ନୀତି ମାମଲା ରୁଜୁ ହୋଇଛି। ଏହା ପଛକୁ ରାଜସ୍ଥାନରେ ୪୨୪, ତାମିଲନାଡ଼ୁରେ ୪୧୮, କର୍ଣ୍ଣାଟକରେ ୩୭୯ ଓଡ଼ିଶାରେ ୩୫୩ ମାମଲା ରୁଜୁ ହୋଇଛି। ଓଡ଼ିଶାରେ ସର୍ବାଧିକ ୮୮ଟି ଆୟ ବହିର୍ଭୂତ ମାମଲା ରୁଜୁ ହୋଇଥିବା ବେଳେ ଏହା ପଛକୁ ତାମିଲନାଡୁରେ ୩୨, ଉତ୍ତରପ୍ରଦେଶରେ ୩୦, ମଧ୍ୟପ୍ରଦେଶରେ ୨୯ ରାଜସ୍ଥାନରେ ୨୭ଟି ମାମଲା ରୁଜୁ ହୋଇଛି। ଲାଞ୍ଚ ବେଆଇନ ନଗଦ ଅର୍ଥ ରଖିବା ମାମଲାରେ ମହାରାଷ୍ଟ୍ରରେ ସର୍ବାଧିକ ୮୬୬ଟି ମାମଲା ରୁଜୁ ହୋଇଥିବା ବେଳେ ରାଜସ୍ଥାନରେ ୩୦୯, କର୍ଣ୍ଣାଟକରେ ୨୫୨, ମଧ୍ୟପ୍ରଦେଶରେ ୨୪୫ ଓଡ଼ିଶାରେ ୧୫୧ଟି ମାମଲା ରୁଜୁ ହୋଇଛି।

03/10/2020

Leave a Reply

Your email address will not be published. Required fields are marked *

Comments