Bikash Khabar
ସ୍କୁଲରେ ବଢ଼ିଲା ଖରାଛୁଟି ଅବଧି ,୨୬ ରେ ଖୋଲିବ

 ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ ବିଦ୍ୟାଳୟର ଖରାଛୁଟି ଅବଧିକୁ ବଢ଼ାଇଛନ୍ତି। ତଦନୁଯାୟୀ  ସ୍କୁଲଗୁଡ଼ିକ ଆସନ୍ତା ୨୫ ତାରିଖ ଯାଏଁ ଛୁଟି ରହିବ ୨୬ ତାରିଖରେ ଖୋଲିବ ନେଇ ସ୍କୁଲ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ମଙ୍ଗଳବାର ସୂଚନା ଦେଇଛନ୍ତି ପୂର୍ବରୁ ଜୁନ ୧୯ରେ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ ଖୋଲିବ ବୋଲି ଘୋଷଣା ହୋଇଥିଲା। ଏବେ ଏହି ଅବଧିକୁ ଜୁନ ୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ଚଳିତ ବର୍ଷ ପ୍ରବଳ ରୌଦ୍ର ତାପ କୁ ଦୃଷ୍ଟିରେ ରଖି ପୂର୍ବରୁ ସ୍କୁଲଗୁଡିକୁଛୁଟି ଘୋଷଣା କରାଯାଇଥିଲା ଛୁଟି ବଡିବା ଘଟଣାକୁ ନେଇ ବିଭିନ୍ନ ମହଲ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ଅଢେଇ ମାସ ହେଲାଣି ସ୍କୁଲ ବନ୍ଦ,ଏଭଳି ସ୍ଥିତିରେ ପିଲାଏ ପଢିବେ କଣ ବୋଲି ପ୍ରଶ୍ନ ଠିଆ ହୋଇଛି ଶିକ୍ଷାବର୍ଷ ଫେବୃଆରୀ ମାସରୁ ଆରମ୍ଭ ହେଲାଣି ସରକାର ସ୍କୁଲ ଗୁଡିକୁ ପାଠ୍ୟ ପୁସ୍ତକ ଯୋଗାଇ ପାରୁ ନାହାନ୍ତି ଆଉ ନିଜ ଅପାରଗତାକୁ ଲୁଚାଇବାକୁ ଯାଇ ଖରା ତାତି ଆଳରେ ଏପ୍ରିଲ ମାସରୁ ସ୍କୁଲ ବନ୍ଦ କରି ରଖିଛନ୍ତି ପୁଣି ଆଉ ଦିନ ବଢିଛି  ସ୍କୁଲଛୁଟି ଅଢେଇ ମାସ ହେଲା ସ୍କୁଲରେ ଖରା ଛୁଟି ପୁଣି ଦଶହରା ,ବଡଦିନ,ମାଣବସା ଗୁରୁବାର,ଲୋକାଲ ହଲିଡେ ପୁଣି ଶିକ୍ଷକ ଙ୍କ ବ୍ୟକ୍ତିଗତ ଛୁଟି ଏସବୁ ମିଶିଲେ ସ୍କୁଲ ଆଉ କାହିଁକି ଖୋଳୁଛ ବୋଲି ପଚାରୁଛନ୍ତି ବୁଦ୍ଧିଜୀବୀ ଆଉ ଅଭିଭାବକ  ସ୍କୁଲ ସଚିବ ମନ୍ତ୍ରୀ ଙ୍କ ପାଖରେ ଉତ୍ତର ଅଛିକି

19/06/2019

Leave a Reply

Your email address will not be published. Required fields are marked *

Comments