Bikash Khabar
ଅଲିଭ ରିଡ଼ଲେ ଙ୍କ ସୁରକ୍ଷା ଚିନ୍ତା,ସୁରକ୍ଷା ଲାଗି ଖୋଲିବ ୬୬ଟି ଶିବିର, ମୁତୟନ ହେବେ ବନକର୍ମଚାରୀ

 ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ସଚିବାଳୟରେ ମୁଖ୍ୟସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ଅଲିଭ ରିଡଲେ ସୁରକ୍ଷା ପାଇଁ ରୁଷିକୂଲ୍ୟା, ଗହୀରମଥା ଦେବୀ ନଦୀ ମୁହାଣରେ ମୋଟ ୬୬ଟି ଶିବିର ଖୋଲାଯିବ ଏହି ଶିବିର ଗୁଡ଼ିକରେ ବନ ବିଭାଗର କର୍ମଚାରୀମାନେ ମୁତୟନ ହେବେ ଏମାନେ ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଦାୟିତ୍ୱ ନେବେ ସମ୍ପୃକ୍ତ ଅଂଚଳରେ ସମୁଦ୍ରରୁ ମାଛ ଧରିବା ଉପରେ ମଧ୍ୟ କଟକଣା ଲଗାଯାଇଛି ମତ୍ସ୍ୟଜୀବୀମାନଙ୍କୁ ଉପକୂଳ ଠାରୁ ସମୁଦ୍ର ଭିତରକୁ ୨୦ କିଲୋମିଟର ପର୍ଯ୍ୟନ୍ତ ଆଗାମୀ ମେ ୩୧ ଯାଏଁ ମାଛ ନଧରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ପ୍ରଶାସନ ତରଫରୁ ସମ୍ପୃକ୍ତ ମତ୍ସ୍ୟଜୀବୀ ପରିବାରକୁ ଆର୍ଥିକ ସହାୟତା ଦିଆଯିବାକୁ ବୈଠକରେ ନିଷ୍ପତି ହୋଇଛି ବୈଠକ ପରେ ପିସିସିଏଫ ବନ୍ୟପ୍ରାଣୀ ଏଚଏସ୍ ଉପାଧ୍ୟାୟ ଏହି ସୂଚନା ଦେଇଛନ୍ତି ମେ ୩୧ ତାରିଖ ଯାଏ ମତ୍ସଜୀବିଙ୍କୁ ମାଛ ଧରିବା ଉପରେ କଟକଣା ଲଗାଯାଇଛି 

15/11/2019

Leave a Reply

Your email address will not be published. Required fields are marked *

Comments