Bikash Khabar
ନଗଡା ବିକାଶ ପାଇଁ ବିନା ସୁଧରେ ଲକ୍ଷେ ଟଙ୍କା ଯୋଗାଇ ଦେଲେ ପ୍ରବାସୀ ଓଡ଼ିଆ

କିଛି ବର୍ଷ ପୂର୍ବେ ଶିଶୁ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାର ଖୋରାକ ଯୋଗାଇଥିବା ନଗଡାର ବିକାଶ ପାଇଁ ହାତ ବଢ଼ାଇଛନ୍ତି ଜଣେ ପ୍ରବାସୀ ଓଡ଼ିଆ ନଗଡାବାସୀଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବାକୁ ସତ୍ୟ ସୁତାର ନାମକ ଏହି ସହୃଦୟ ବ୍ୟକ୍ତି ଆଗକୁ ଆସିଛନ୍ତି  ନଗଡାବାସୀଙ୍କ  ଆର୍ଥିକ ଶଶକ୍ତିକରଣ ସ୍ୱାବଲମ୍ବୀ ତଥା ଶୋଷଣରୁ ମୁକ୍ତି କରିବା  ଉଦ୍ଦେଶ୍ୟରେ ନଗଡା ବ୍ୟାଙ୍କ ଖୋଲିବା ସହ ମୂଳ ପୁଞ୍ଜି ଆକାରରେ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ସେ  ଦେଇଛନ୍ତି ଏହି ଅର୍ଥକୁ ସେମାନେ ସ୍ୱାଧୀନ ଭାବରେ ପରସ୍ପର ମଧ୍ୟରେ ନେଣଦେଣ କରିପାରିବେ ବୋଲି କହିଛନ୍ତି ସତ୍ୟ ଚାଷବାସ କିମ୍ବା ଅନ୍ୟ କୌଣସି ଛୋଟମୋଟ ବ୍ୟବସାୟରେ ଏହି ଅର୍ଥକୁ ନଗଡାବାସୀ ବିନିଯୋଗ କରିପାରିବେ ଏବଂ ଏଥିପାଇଁ ସେମାନଙ୍କୁ କୌଣସି ସୁଧ ଦେବାକୁ ପଡିବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି ଏଥିସହ ଏହି ପାଣ୍ଠିକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ବ୍ୟକ୍ତିବିଶେଷ ସଂଗଠନକୁ ମଧ୍ୟ ଆର୍ଥିକ ସହାୟତା କରିବାକୁ ସେ ନିବେଦନ କରିଛନ୍ତି ଏହି ବ୍ୟାଙ୍କ ଉପରେ କାହାର ମାଲିକାନା ରହିବ ନାହିଁ ଗ୍ରାମବାସୀ ପରସ୍ପର ମଧ୍ୟରେ ଆଲୋଚନା କରି ଟଙ୍କା ନେଣଦେଣ କରିପାରିବେ ନଗଡାର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିଲେ ମଧ୍ୟ ସେମାନେ ନିଜେ ସ୍ୱାବଲମ୍ବୀ ହୋଇ ପାରୁନାହାନ୍ତି ଗଣମାଧ୍ୟମରୁ ସମ୍ପର୍କରେ ଅବଗତ ହୋଇ ସେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ସତ୍ୟ କହିଛନ୍ତି ସତ୍ୟଙ୍କୁ ଏଭଳି ଅବଦାନ ଅନ୍ୟମାନଙ୍କୁ ପ୍ରେରଣା ଦେବା ସହିତ ନଗଡା ବିକାଶରେ ସହାୟକ ହୋଇପାରିବ 

 

27/07/2019

Leave a Reply

Your email address will not be published. Required fields are marked *

Comments