Bikash Khabar
ଆସନ୍ତା ବର୍ଷରୁ ଲାଗୁହେବ ’ଏକ ରାଷ୍ଟ୍ର-ଏକ ରାସନ କାର୍ଡ’ ବ୍ୟବସ୍ଥା,ଲାଭ ପାଇବେ ସ୍ଥାନାନ୍ତରି ଶ୍ରମିକ

ଆସନ୍ତା ବର୍ଷ ଅର୍ଥାତ ୨୦୨୦ ଜୁନ ୩୦ ସୁଦ୍ଧା ସାରା ଦେଶରେ ଲାଗୁହେବ ଏକ ରାଷ୍ଟ୍ର-ଏକ ରାସନ କାର୍ଡବ୍ୟବସ୍ଥା ଏହାକୁ ଲାଗୁ କରିବା ଲାଗି ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କୁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି ଏହି ବ୍ୟବସ୍ଥା ଅଧୀନରେ ହିତାଧିକାରୀମାନେ ଗୋଟିଏ ରାସନ କାର୍ଡ ସହାୟତାରେ ଦେଶର ଯେକୌଣସି ସ୍ଥାନରେ ରିହାତି ମୂଲ୍ୟରେ ଖାଦ୍ୟସାମଗ୍ରୀ କ୍ରୟ କରିପାରିବେ। ସମ୍ବନ୍ଧରେ ସୂଚନା ଦେଇ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମବିଳାସ ପାଶ୍ବାନ କହିଛନ୍ତି ଯେ ୧୦ଟି ରାଜ୍ୟ ସାଧାରଣ ଖାଦ୍ୟ ବଣ୍ଟନ (ପିଡିଏସ) କ୍ରମେ ଏହି ସୁବିଧା ପ୍ରଦାନ କରୁଛନ୍ତି। ଏହି ରାଜ୍ୟଗୁଡିକ ହେଲା ଆନ୍ଧ୍ରପ୍ରଦେଶ, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ତେଲଙ୍ଗାନା ଏବଂ ତ୍ରିପୁରା। ୨୦୨୦ ଜୁନ ୩୦ ସୁଦ୍ଧା ଦେଶରେ ଏହାକୁ ଲାଗୁ କରିବା ନିମନ୍ତେ ସରକାର ସମସ୍ତ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଚିଠି ଲେଖିଥିବା ସେ ସୂଚନା ଦେଇଛନ୍ତି। ଏଭଳି ନୂତନ ବ୍ୟବସ୍ଥା ଦ୍ବାରା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ବସବାସ କରୁଥିବା ଲୋକେ ଅନାହାରରେ ରହିବେ ନାହିଁ। ଏଥିସହ ଜାଲ ରାସନକାର୍ଡ ହିତାଧିକାରୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବ ବୋଲି ସେ ଦର୍ଶାଇଛନ୍ତି।

ଓଡ଼ିଶା ସମେତ, ପଞ୍ଜାବ, ତାମିଲନାଡୁ ଏବଂ ମଧ୍ୟପ୍ରଦେଶ ପ୍ରମୁଖ ୧୧ଟି ରାଜ୍ୟରେ ସମସ୍ତ ରାସନ ଦୋକାନରେ ପିଓଏସ୍‌ (ପଏଣ୍ଟ ଅଫ୍ସେଲ) ମେସିନ ଲାଗିଥିବାରୁ ଏଗୁଡିକରେ ଏକ ରାଷ୍ଟ୍ର ଏକ ରାସନ କାର୍ଡ ସହଜରେ ଲାଗୁ କରାଯାଇପାରିବ ବୋଲି ସେ ଦର୍ଶାଇଛନ୍ତି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଦ୍ବିତୀୟ ଏନଡିଏ ସରକାରର ୧୦୦ ଦିନର କାର୍ଯ୍ୟସୂଚୀରେ ସ୍ଥାନ ପାଇଥିବା କାର୍ଯ୍ୟ ମଧ୍ୟରୁ ଅନ୍ୟତମ। କାମଧନ୍ଦା ଅନ୍ୱେଷଣରେ ଅନ୍ୟତ୍ର ପଳାୟନ କରିଥିବା ଶ୍ରମିକ ମାନେ ଏଥିରୁ ଲାଭବାନ ହେବେ। ଆଗରୁ ସେମାନଙ୍କ ନାମରେ ଥିବା ରାସନ କାର୍ଡ ବ୍ୟବହାର ହୋଇପାରୁନଥିବା ବେଳେ ପ୍ରବାସ ରେ ରହି ସେମାନେ ଚଢା ଦାମରେ ସାମଗ୍ରୀ କିଣୁଥିଲେ

30/06/2019

Leave a Reply

Your email address will not be published. Required fields are marked *

Comments