Bikash Khabar
ଗାନ୍ଧୀ ଜୟନ୍ତୀ ରୁ ଏୟାର ଇଣ୍ଡିଆ ବିମାନରେ ହେବ ପ୍ଲାଷ୍ଟିକ ନିଷେଧ

ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଆସନ୍ତା ଅକ୍ଟୋବର ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ସମସ୍ତ ବିମାନରେ ଥରେ ବ୍ୟବହାର ହୋଇ ପାରୁଥିବା ପ୍ଲାଷ୍ଟିକ୍ଉପରେ ନିଷେଧାଦେଶ ଜାରି କରିଛନ୍ତି। ଏହି ନିଷେଧାଦେଶ ପ୍ରଥମ ପର୍ଯ୍ୟାୟରେ ସମସ୍ତ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ବିମାନ ସମେତ ଏୟାର ଇଣ୍ଡିଆର ସମସ୍ତ ସହଯୋଗୀ ବିମାନରେ ଲାଗୁହେବ। ଦ୍ୱିତୀୟ ପର୍ଯ୍ୟାୟରେ ଏହି ନିଷେଧାଦେଶ ଦେଶର ସମସ୍ତ ଏୟାର ଇଣ୍ଡିଆ ବିମାନରେ ଲାଗୁ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଘୋଷଣା କରାଯାଇଛି।

ଏହି ନିଷେଧାଦେଶ ଲାଗୁ ହେବା ପରେ ବିମାନ ଭତରେ ଆଉ ପ୍ଲାଷ୍ଟିକ୍ବ୍ୟାଗ୍, କପ୍, ପ୍ଲେଟ୍, ଗ୍ଲାସ୍, ପାଣିବୋତଲ, ଷ୍ଟ୍ର, ପ୍ୟାକେଟ ଇତ୍ୟାଦିର ଆଉ ବ୍ୟବହାର ହୋଇ ପାରିବ ନାହିଁ। ଏହା ବଦଳରେ ଯାତ୍ରୀମାନଙ୍କ ପାଇଁ ବିମାନ ମଧ୍ୟରେ କାଗଜ, କାଠ ଇତ୍ୟାଦିରୁ ପ୍ରସ୍ତୁତ ପରିବେଶ ଅନୁକୂଳ ବ୍ୟାଗ୍, କପ୍, ପ୍ଲେଟ୍, ଗ୍ଲାସ୍, ପାଣିବୋତଲ, ଷ୍ଟ୍ର, ପ୍ୟାକେଟ ଇତ୍ୟାଦିର ବ୍ୟବହାର କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ପରାମର୍ଶ କ୍ରମେ ଏୟାର ଇନିଆ ବିମାନରେ ପ୍ଲାଷ୍ଟିକ ନିଷେଧ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାଯାଇଛି।

30/08/2019

Leave a Reply

Your email address will not be published. Required fields are marked *

Comments