Bikash Khabar
କୋଣାର୍କ ଓ ଜଗନ୍ନଥ ମନ୍ଦିର ମରାମତି ପାଇଁ ଓଏନଜିସି ର ୫ କୋଟି ସହାୟତା

 ସାମୁଦ୍ରିକ ବାତ୍ୟା ଫୋନି ରେ ପୁରୀ ଜଗନ୍ନାଥ ମନ୍ଦିର କୋଣାର୍କ ସୂର୍ଯ୍ୟ ମନ୍ଦିରରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ମରାମତି କାର୍ଯ୍ୟ ତଥା ପୁନରୁଦ୍ଧାର ପାଇଁ ତୈଳ ପ୍ରାକୃତିକ ଗ୍ୟାସ ନିଗମ (ଓଏନ୍ଜିସି) ମଙ୍ଗଳବାର ଭାରତୀୟ ପ୍ରତ୍ନତତ୍ୱ ସଂସ୍ଥା (ଏଏସଆଇ)କୁ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୈଳ ପ୍ରାକୃତିକ ଗ୍ୟାସ ନିଗମକୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, କୋଣାର୍କ କେବଳ କଳାକୃତି ନୁହେଁ ଏହା ଓଡିଆ ଆତ୍ମ ପରିଚୟ। ଓଡିଆ ଜାତି ଏକ ବୈଜ୍ଞାନିକ ପୃଷ୍ଠଭୂମିର ଆଧାରରେ ବିଶ୍ୱର ଆଶ୍ଚର୍ଯ୍ୟ କୋଣାର୍କକୁ ନିର୍ମାଣ କରିଥିଲା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତିା

ସୂଚନା ଯୋଗ୍ୟ, ମେ ତାରିଖରେ ସାମୁଦ୍ରିକ ବାତ୍ୟା ଫୋନି ପ୍ରଭାବରେ ପୁରୀ  ଶ୍ରୀମନ୍ଦିର ସୂର୍ଯ୍ୟ ମନ୍ଦିରରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହାର ମରାମତି ସଂରକ୍ଷଣ କାର୍ଯ୍ୟ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଏସଆଇ ସହ ଆଲୋଚନା କରିଥିଲେ।ଆଗକୁ ଘୋଷଯାତ୍ରା ପାଖେଇ ଆସୁଥିବା ବେଳେ ଶ୍ରୀମନ୍ଦିର ମରାମତି କିଭଳି ଠିକ ସମୟରେ ହେବ ତାକୁ ନେଇ ଭକ୍ତ ଶ୍ରଦ୍ଧାଳୁ ଚିନ୍ତିତ ଥିଲେ। ଓଏନଜିସି ଏଭଳି ସହାୟତା ଫଳରେ କୋଣାର୍କ ସୂର୍ଯ୍ୟମନ୍ଦିର ପୁରୀ ଶ୍ରୀ ମନ୍ଦିର ମରାମତି ବାଟ ଫିଟିଛି।  

22/05/2019

Leave a Reply

Your email address will not be published. Required fields are marked *

Comments