Bikash Khabar
ମାତ୍ର ୧୧ ପ୍ରତିଶତ ଲୋକ ବୟସ୍କଙ୍କ ପ୍ରତି ଭଲ ବ୍ୟବହାର ଦେଖାନ୍ତି

ପ୍ରତିବର୍ଷ ଜୁନ୍୧୫କୁ  ବିଶ୍ୱ ବୟସ୍କଙ୍କ ପ୍ରତି ଖରାପ ବ୍ୟବହାର ସଚେତନତା ଦିବସପାଳନ କରାଯାଇଥାଏ ୨୦୧୨ଠାରୁ ପ୍ରତିବର୍ଷ ବିଶ୍ୱ ସ୍ତରରେ ଏହି ଦିବସ  ପାଳିତ ହୋଇ ଆସୁଛି। ଜୀବନର ଅପରାହ୍ନରେ ପହଁଚିଥିବା  ବୟସ୍କ ମାନେ ଘରେ ବାହାରେ ଏବେ ଅବହେଳିତ ହେଉଛନ୍ତି। ମାତା ପିତାଙ୍କ ପ୍ରତି ଜନ୍ମିତ ସନ୍ତାନ ଅବହେଳା କରୁଛନ୍ତି।  ଭାରତରେ ୮୯ ପ୍ରତିଶତ ଲୋକ ବୟସ୍କଙ୍କ ପ୍ରତି ଖରାପ ବ୍ୟବହାର କରନ୍ତି। ସେହିପରି ୩୫ ପ୍ରତିଶତ ଲୋକ ବୟସ୍କଙ୍କ ସେବା କରିବାରେ କୁଣ୍ଠାବୋଧ କରିଥାନ୍ତି। ଏଥିରେ ସେମାନେ ଖୁସି ଅନୁଭବ କରି ଥାନ୍ତି। ବରଂ  ବାଧ୍ୟ ହୋଇ ଏପରି କରନ୍ତି। ୨୯ ପ୍ରତିଶତ ଲୋକ ବୟସ୍କ ମାତାପିତାଙ୍କୁ ଘରେ ରଖିବାକୁ ଚାହାଁନ୍ତି ନାହିଁ। ସେହିପରି ୨୫ ପ୍ରତିଶତ ଲୋକ ବୟସ୍କଙ୍କ ବ୍ୟବହାରରେ ଅବସାଦ ବୋଧ ଅନୁଭବ କରିଥାନ୍ତି। କିଭଳି ସେମାନଙ୍କଠାରୁ ନିସ୍ତାର ପାଇବେ ତାହା ଚିନ୍ତା କରନ୍ତି। ଦେଶର ୨୦ଟି ସହରରେ ହୋଇଥିବା ଏହି ସର୍ଭେରେ ୨୦୯୦ ଜଣ ୩୦ରୁ ୪୦ ବୟସ୍କ ଲୋକଙ୍କ ସାମିଲ୍କରାଯାଇଥିଲା। ବୟସ୍କ ମାନଙ୍କୁ ମାତ୍ର ୧୧ ପ୍ରତିଶତ ଲୋକ ଭଲପାଇବା ଏକ ସୁସ୍ଥ ସମାଜର ଲକ୍ଷଣ ନୁହେଁ ବୋଲି ହେଲପେଜ ଇଣ୍ଡିଆ କହିଛି।

16/06/2019

Leave a Reply

Your email address will not be published. Required fields are marked *

Comments