Bikash Khabar
ବିଦ୍ୟାଳୟରେ ଜୈବିକ ଚାଷ, ଚଣ୍ଡିଗଡ଼ ସାଜିଛି ଉଦାହରଣ

  ଭଲ ପାଠ ପଢିବା ସହ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ପ୍ରତ୍ୟେକ ବିଦ୍ୟାର୍ଥିଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ । ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରୁଛି ଚଣ୍ଡିଗଡ଼ ପ୍ରଶାସନ । ପ୍ରଶାସନର ନିର୍ଦ୍ଦେଶକ୍ରମେ ଗଣ୍ଡିଗଡ଼ର ସମସ୍ତ ବିଦ୍ୟାଳୟରେ ଆରମ୍ଭ ହୋଇଛି ଜୈବିକ ଚାଷ । ପ୍ରଥମରୁ ଅଭିଭାବକ ମାନେ ଏଥିପ୍ରତି କୁଣ୍ଠିତ ଥିଲେ । ନିଜ ପିଲା ଚାଷୀ ଭଳି ନ ଖଟୁ ଏହା ସେମାନେ ଚାହୁଁଥିଲେ । ହେଲେ ଶିକ୍ଷକଙ୍କ ପ୍ରବର୍ତ୍ତନା ଓ ଗୋଟିଏ ଦୁଇଟି ସ୍କୁଲର ନମୁନା ଦେଖିବା ପରେ ସେମାନଙ୍କ ଅରାଜି ହେବାର କୌଣସି କାରଣ ନଥିଲା ।

ଚଣ୍ଡିଗଡ଼ର ୬୦ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଏକାଠି ହୋଇ ଏକ ସେମିନାର କରିଛନ୍ତି । ଅର୍ଗାନିକ ଚାଷର ମହତ୍ତ୍ୱ୍ୱ କଣ ସେମାନେ ବୁଝିପାରିଛନ୍ତି । କିଛି ବିଦ୍ୟାଳୟରେ ଜୈବିକ ଚାଷ ପ୍ରକଳ୍ପ ଆରମ୍ଭ ହୋଇଯାଇଛି । ପିଲାମାନଙ୍କୁ ଶିକ୍ଷାଦାନ ସମୟ ପରେ ୪୫ ମିନିଟ ବଗିଚାରେ ଖତ ସାର ପ୍ରସ୍ତୁତି ୟୁନିଟ ସହିତ ଭେଣ୍ଡି, ବାଇଗଣ, ଲଙ୍କା, ଶାଗ ଆଦି ପରିବା ଜୈବିକ ଉପାୟରେ ବିନା ରାସାୟନିକ ସାର ଓ କୀଟନାଶକ ପ୍ରୟୋଗରେ ଫଳାଯାଉଥିବା କୌଶଳ ବୁଝାଯାଉଛି । ଅମଳ ପରିବା ମିଡ଼ଡ଼େ ମିଲରେ ବ୍ୟବହାର ହେଉଛି । 

06/07/2018

Leave a Reply

Your email address will not be published. Required fields are marked *

Comments