Bikash Khabar
ପ୍ରଥମ କାଗଜବିହୀନ ବଜେଟ୍‌,ଇ-ବଜେଟ୍‌ ଆଣିବାରେ ଓଡ଼ିଶା ଦ୍ବିତୀୟ

ରାଜ୍ୟ ସରକାର ପ୍ରଥମ ଥର ପାଇଁ -ବଜେଟ୍ପ୍ରଚଳନ କରିଛନ୍ତି। ବଜେଟ୍ପୁସ୍ତିକାର ମୁଦ୍ରଣ ବନ୍ଦ କରିଦେଇଛନ୍ତି। ମୋବାଇଲ୍ଆପ୍ମାଧ୍ୟମରେ ବଜେଟ୍ଦସ୍ତାବିଜ୍କୁ ଉପଲବ୍ଧ କରାଯାଇଛି। ଚିରାଚରିତ ଢଙ୍ଗରେ ସୁଟ୍କେସ୍ କାଗଜରେ ବଜେଟ୍ରିଲିଜ୍ ହୋଇ ଆଇପ୍ୟାଡ୍ ପେନ୍ଡ୍ରାଇଭ୍ ମାଧ୍ୟମରେ ବଜେଟ୍ପେଡ଼ି ଖୋଲାଯାଇଥିଲା। ନିଜେ ଅର୍ଥ ମନ୍ତ୍ରୀ ଆଇପ୍ୟାଡ୍ରେ ବଜେଟ୍ଅଭିଭାଷଣ ପ୍ରଦାନ କରିଥିଲେ। ବିଧାନସଭାର ସମସ୍ତ ସଦସ୍ୟଙ୍କୁ ଆଇପ୍ୟାଡ୍ସହ ଏକ ପେନ୍ଡ୍ରାଇଭ୍ଦିଆଯାଇଥିଲା। ସେଥିରେ ସମସ୍ତ ବଜେଟ୍ଦସ୍ତାବିଜ୍ ଥିଲା। -ବଜେଟ୍ପ୍ରଚଳନ କରିବାରେ ଓଡ଼ିଶା ସମଗ୍ର ଦେଶରେ ଦ୍ବିତୀୟ ରାଜ୍ୟ ବୋଲି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ କହିଥିଲେ। ପୂର୍ବରୁ ହିମାଚଳ ପ୍ରଦେଶ ପ୍ରଥମ ରାଜ୍ୟ ଭାବେ -ବଜେଟ୍ଆରମ୍ଭ କରିଥିଲା। କୃଷି ବଜେଟ୍ଉପସ୍ଥାପନ ବେଳେ ମନ୍ତ୍ରୀ ପ୍ରସଙ୍ଗରେ କହିଥିଲେ ଯେ ବଜେଟ୍ପୁସ୍ତିକାର ମୁଦ୍ରଣ ବନ୍ଦ କରିବା ଦ୍ବାରା ୭୫ ଲକ୍ଷ ପୃଷ୍ଠା କାଗଜ ଛପା ହେଲା ନାହିଁ। ଏହା ଦ୍ବାରା ପ୍ରାୟ ହଜାର ବଡ଼ ବୃକ୍ଷକୁ ସୁରକ୍ଷା ପ୍ରଦାନ କରାଯାଇପାରିଛି। ବର୍ତ୍ତମାନ ବଜେଟ୍ଦସ୍ତାବିଜ୍ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଆମ ପାଖରେ ଉପଲବ୍ଧ ହେବ। ବଜେଟ୍ଅଭିଭାଷଣ ପରେ ଜନସାଧାରଣଙ୍କୁ ସେହି ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ବଜେଟ୍ଉପଲବ୍ଧ ହେବ। ବଜେଟ ଦସ୍ତାବିଜ୍ ବଜେଟ୍ ସମ୍ପର୍କିତ ଅନ୍ୟାନ୍ୟ ସୂଚନା ସମସ୍ତ ଅଂଶୀଦାରମାନଙ୍କୁ ଉପଲବ୍ଧ କରାଇବା ପାଇଁ ଅର୍ଥ ବିଭାଗ ପକ୍ଷରୁ ଏକ ମୋବାଇଲ୍ଆପ୍ ଆରମ୍ଭ କରାଯାଇଛି। ଆଫ୍ ଷ୍ଟୋର୍ରୁ ମୋବାଇଲ୍ଆପ୍ ଡାଉନ୍ଲୋଡ୍କରି ହେବ। ଅଥବା ବଜେଟ୍ପେନ୍ଡ୍ରାଇଭ୍ସଂଲଗ୍ନ କାର୍ଡରେ ପିପୁଲ୍ସ୍ବଜେଟ୍ପଛ ପୃଷ୍ଠାରେ ଥିବା କ୍ୟୁଆର୍କୋଡ୍କୁ ସ୍କାନ୍ କରିବା ଦ୍ବାରା ଏହା ଆପେ ଆପେ ଉପଲବ୍ଧ ହେବ। -ବଜେଟ୍ପାଇଁ ନିଆଯାଇଥିବା ପଦକ୍ଷେପରେ ବାଚସ୍ପତି, ବିରୋଧୀ ଦଳ ନେତା ବିଧାନସଭାର ଅନ୍ୟ ସଭ୍ୟମାନେ ସହଯୋଗ କରିଥିବାରୁ ଅର୍ଥ ମନ୍ତ୍ରୀ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

19/02/2020

Leave a Reply

Your email address will not be published. Required fields are marked *

Comments