Bikash Khabar
ଆରମ୍ଭ ହେଲା ପାର୍କ ଉତ୍ସବ : ପ୍ରଥମ ଦିନରେ ୩ହଜାର ଲୋକ ମଜା ନେଲେ

 ରାଜଧାନୀରେ ପଥ ଉତ୍ସବ ବନ୍ଦ ହେବା ପରେ ଆଜିଠାରୁ ପାର୍କ ଉତ୍ସବ ଆରମ୍ଭ ହୋଇଛି। ପ୍ରତି ରବିବାର ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବା ଏହି ଉତ୍ସବ ଆଜି ଇନ୍ଦିରା ଗାନ୍ଧୀ ପାର୍କ ଏବଂ ମଧୁସୂଦନ ଦାସ ପାର୍କରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ପାର୍କକୁ ଆସିଥିବା ପ୍ରାୟ ୩ହଜାର ଲୋକ ଏଥିରେ ସାମିଲ୍ହୋଇ ଧୁମ୍ ମଜା କରିଛନ୍ତି।ପଥ ଉତ୍ସବରେ ଜନପଥରେ ଯେଉଁ ସବୁ କାର୍ଯ୍ୟକ୍ରମ ହେଉଥିଲା ପାର୍କ ଉତ୍ସବରେ ବି ସେହି ସବୁ କାର୍ଯ୍ୟକ୍ରମ ହୋଇଛି। ଦୁଇଟିଯାକ ପାର୍କରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହ ଚିତ୍ର ଆଙ୍କିବା, ଗୀତ ଗାଇବା, ଯୋଗ, ସ୍କେଟିଂ ଆଦି ହୋଇଥିଲା। ସକାଳୁ ସକାଳୁ ପାର୍କକୁ ଆସିଥିବା ଲୋକମାନେ ଆଜି ନିଆରା ପରିବେଶ ପାଇଥିଲେ। ବିଏମ୍ସି କର୍ତ୍ତୃପକ୍ଷ ପ୍ଲାଷ୍ଟିକକୁ ନା ଅଭିଯାନକୁ ଆଗକୁ ନେଇ ମୁଁ ସଫେଇବାଲାକାର୍ଯ୍ୟକ୍ରମରେ ୧୨୦୦ କପଡ଼ା ବ୍ୟାଗ୍ଲୋକଙ୍କୁ ବାଣ୍ଟିଛନ୍ତି। ବିଏମ୍ସି କମିସନର ତଥା ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଆଗାମୀ ଦିନରେ ଯେପରି ପାର୍କ ଉତ୍ସବରେ ଅଧିକରୁ ଅଧିକ ସାମିଲ୍ହେବେ ସେନେଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ସୂଚନାଯୋଗ୍ୟ ଯେ, ବିଡିଏ ପକ୍ଷରୁ ରାଜଧାନୀର ୭ଟି ପାର୍କରେ ୭ଟି ରବିବାର ପାର୍କ ଉତ୍ସବ କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ଫେବ୍ରୁଆରି ୯ରେ ବିଜୁ ପଟ୍ଟନାୟକ ପାର୍କ ବୁଦ୍ଧ ଜୟନ୍ତୀ ପାର୍କ, ଫେବ୍ରୁଆରି ୧୬ରେ ମହାତ୍ମା ଗାନ୍ଧୀ ପାର୍କ ଖାରବେଳ ପାର୍କ, ଫେବ୍ରୁଆରି ୨୩ରେ ନିକୋ ପାର୍କ ମଧୁସୂଦନ ଦାସ ପାର୍କ, ମାର୍ଚ୍ଚ ୧ରେ ଇନ୍ଦିରା ଗାନ୍ଧୀ ପାର୍କ ବୁଦ୍ଧ ଜୟନ୍ତୀ ପାର୍କ, ମାର୍ଚ୍ଚ ୮ରେ ବିଜୁ ପଟ୍ଟନାୟକ ପାର୍କ ଖାରବେଳ ପାର୍କ ଏବଂ ମାର୍ଚ୍ଚ ୧୫ରେ ନିକୋ ପାର୍କ ମଧୁସୂଦନ ଦାସ ପାର୍କରେ ପାର୍କ ଉତ୍ସବଆୟୋଜନ ହେବ।

04/02/2020

Leave a Reply

Your email address will not be published. Required fields are marked *

Comments